Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ଖୋଲିଲା ଆଉ ୨୯ଟି ନୂଆ ଥାନା, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଆଜି ଆଉ ୨୯ଟି ନୂଆ ଥାନା କାର୍ଯ୍ୟକ୍ଷମ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୨୧ଟି ଜିଲ୍ଲାରେ ୨୯ଟି ନୂଆ ଥାନାର ଆଜି ଲୋକାର୍ପଣ କରିଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୨୯ଟି ନୂଆ ଥାନା କାର୍ଯ୍ୟକ୍ଷମ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୨୧ଟି ଜିଲ୍ଲାରେ ୨୯ଟି ନୂଆ ଥାନାର ଆଜି ଲୋକାର୍ପଣ କରିଛନ୍ତି । ଏହି ନୂଆ ଥାନା ସହ ରାଜ୍ୟରେ ମୋଟ ଥାନା ସଂଖ୍ୟା ୭୦୮କୁ ବୃଦ୍ଧି ପାଇଛି । ଏଥିରେ ମେରାଇନ୍ ଓ ଏନର୍ଜି ଥାନା ମଧ୍ୟ ସାମିଲ ଅଛି।

Police Station

ମିଳିଥିବା ସୂଚନା ଅନୁସାରେ, ଆଜି ୨୯ଟି ଫାଣ୍ଠିକୁ ନୂଆ ଥାନା ଭାବେ ଉନ୍ନୀତ କରାଯାଇଛି । ଏଥିରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ସାଲିଆସାହିରେ ଥିବା ପାଣ୍ଠିକୁ ମୈତ୍ରୀବିହାର ଥାନା ଭାବେ ଉନ୍ନୀତ କରାଯାଇଥିବାବେଳେ ଜଗତସିଂହପୁର ଜିଲ୍ଲାର କୃଷ୍ଣାନନ୍ଦପୁର, ରାୟଗଡ଼ାର ରାମନାଗୁଡ଼ା, ଯାଜପୁରର ଅଲାକୁଣ୍ଡା ଓ ବ୍ରହ୍ମବରଦା, ଖୋର୍ଦ୍ଧାର ନାଚୁଣୀ, ସୁବର୍ଣ୍ଣପୁରର ଲଚ୍ଛିପୁର, ପୁରୀର ଚାରିଛକ, ଅନୁଗୁଳର ବାଗେଡ଼ିଆ, ଗୋଲାପପ୍ରସାଦ, ଢେଙ୍କାନାଳ ମହାବୀର ରୋଡ୍ , ଝାରସୁଗୁଡ଼ାର ଏୟାରପୋର୍ଟ ଥାନା, ମୟୂରଭଞ୍ଜର ଭଞ୍ଜପୁର ଥାନା, କେନ୍ଦ୍ରାପଡ଼ାର ଚଉଦାକୁଲାଟ ଓ କୁଦାନଗିରି, ଦେବଗଡ଼ର ଲାମୁରା, ନବରଙ୍ଗପୁରର ମୈଦାଲପୁର, କଟକର ମାଣିଆବନ୍ଧ, ଜୁଡୁମ, ଭଦ୍ରେଶ୍ୱର, କୋରାପୁଟର ସୁନକୀ, ବଲାଙ୍ଗିରର ଆଗଲପୁର , ବାଲେଶ୍ୱରର ଗୋପାଳପୁର, କଳାହାଣ୍ଡିର କଲାମପୁର, ଗଞ୍ଜାମର ବେଗୁନିଆପଡ଼ା, କୋଟିନାଡା, ସମ୍ବଲପୁରର ବରେଇପାଲ୍ଲୀ , ବ୍ରହ୍ୱପୁରର ନିମଖଣ୍ଡି ଓ ବୌଦ୍ଧର ଘଂଟାପଡ଼ା ପୁଲିସ ଫାଣ୍ଠିକୁ ଆଜି ଥାନାକୁ ଉନ୍ନୀତ କରାଯାଇଛି । ଏହି ସମସ୍ତ ଥାନାରେ ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ସହ ମହିଳା ଓ ଶିଶୁ ଡେସ୍କ ମଧ୍ୟ ରହିଛି ।

ସେପଟେ କମିଶନରେଟ ପୋଲିସର ରେଜିଂ ଡେ' ପରେଡ଼ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ ମହାମାରୀ ବେଳେ ପୋଲିସର କାମ ପ୍ରଶଂସନୀୟ । ପୋଲିସ ସବୁବେଳେ ଲୋକଙ୍କ ମିତ୍ର ଓ ବରିଷ୍ଠ ନାଗରିକଙ୍କ ବନ୍ଧୁ ହୋଇ ରହୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି ।

ପୋଲିସ ବିଭାଗ ଫାଇଭ-ଟି ରେ ସାମିଲ ହେବାପରେ ଅନେକ ପରିବର୍ତ୍ତନ ଆସିଛି । ପୂର୍ବ ତୁଳନାରେ ପୋଲିସ ଉପରେ ଲୋକଙ୍କ ଆସ୍ଥା ବଢ଼ିଛି । ଥାନାରେ ଲୋକଙ୍କୁ ଉପଯୁକ୍ତ ସମ୍ମାନ ମିଳୁଥିବା ଖବର ମିଳୁଛି । ପୋଲିସ ଫାଇଭ-ଟିର ଉପଯୋଗ କରୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି । ଏହାସହ ଦକ୍ଷତାରେ ଉନ୍ନତି ଆଣିବାକୁ କମିଶନରେଟ ପୋଲିସକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+