ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡି଼ ହେଲା ଆଉ ୨୯ ହସ୍ପିଟାଲ, ୧୫ ରାଜ୍ୟରେ ମିଳିବ ମାଗଣା ଚିକିତ୍ସା
ଓଡିଶା ସରକାରଙ୍କ ଅଭିନବ ଗୁଣାତ୍ମକ ସାର୍ବଜନିନ ସ୍ବାସ୍ଥ୍ୟ ସେବା ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ରେ ଯୋଡି଼ ହେଲା ନୂଆ ୨୯ ହସ୍ପିଟାଲ । ଓଡ଼ିଶା ସହ ୧୫ଟି ରାଜ୍ୟର ଏସବୁ ହସପିଟାଲରେ ସ୍ମାର୍ଟ କାର୍ଡ ଦ୍ବାରା ମାଗଣାରେ ଚିକିତ୍ସା ପାଇପାରିବେ ହିତାଧିକା
ଭୁବନେଶ୍ୱର: ଓଡିଶା ସରକାରଙ୍କ ଅଭିନବ ଗୁଣାତ୍ମକ ସାର୍ବଜନିନ ସ୍ବାସ୍ଥ୍ୟ ସେବା ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ରେ ଯୋଡି଼ ହେଲା ନୂଆ ୨୯ ହସ୍ପିଟାଲ । ଓଡ଼ିଶା ସହ ୧୫ଟି ରାଜ୍ୟର ଏସବୁ ହସପିଟାଲରେ ସ୍ମାର୍ଟ କାର୍ଡ ଦ୍ବାରା ମାଗଣାରେ ଚିକିତ୍ସା ପାଇପାରିବେ ହିତାଧିକାରୀ ।

ମୋଟ୍ ୫୫୪ଟି ଘରୋଇ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ । କଟକର ଜିଲ୍ଲାର ୧୯ଘରୋଇ ହସ୍ପିଟାଲ BSKYରେ ସାମିଲ ହୋଇଥିବା ବେଳେ ଯାଜପୁରର ୩, ନୟାଗଡ, ନୂଆପଡା ଓ ବଲାଙ୍ଗୀର ୨ଟି ଲେଖାଏଁ ହସ୍ପିଟାଲ ସାମିଲ ହୋଇଛି ।
ସେହିପରି ଏଥି ମଧ୍ୟରୁ ୧୦୩ ହସ୍ପିଟାଲ ବାହାର ରାଜ୍ୟର ପଞ୍ଜିକୃତ ହୋଇଛି । ସେଗୁଡିକ ମୁଖ୍ୟତଃ ଆସାମ, ଆନ୍ଧ୍ର ପ୍ରଦେଶ, ଛତିଶଗଡ, ପଶ୍ଚିମ ବଙ୍ଗଳା, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ପଞ୍ଜାବ, ତାମିନାଡୁ, ହରିୟାଣା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟରେ ପ୍ରତିଷ୍ଠିତ।
ଉଲ୍ଲେଖଯୋଗ୍ୟ, ହସ୍ପିଟାଲ୍ ଗୁଡ଼ିକୁ ତାଲିକା ଅନ୍ତର୍ଭୁକ୍ତ କରିବା ପୂର୍ବରୁ ସେହିଥିରେ ଥିବା ଚିକିତ୍ସା ସୁବିଧା, ସ୍ପେଶଲିଷ୍ଟ ଡାକ୍ତର, ଆଧୁନିକ ଯନ୍ତ୍ରପାତି, ରୋଗୀଙ୍କ ପାଇଁ ଆନୁସଙ୍ଗିକ ସୁବିଧା ଆଦିକୁ ବୈଷୟିକ ଟିମ୍ ଦ୍ଵାରା ଯାଞ୍ଚ କରାଯାଇଥାଏ। ଏହି ୨୯ ଟି ହସ୍ପିଟାଲ ପଞ୍ଜିକୃତ ହେଲେ ସମୁଦାୟ ପଞ୍ଜିକୃତ ହସ୍ପିଟାଲ୍ ସଂଖ୍ୟା ୫୮୩ କୁ ବୃଦ୍ଧି ପାଇବ।












Click it and Unblock the Notifications