ସ୍ୱାସ୍ଥ୍ୟସେବାରେ ଯୋଗଦେଲେ ୨୪୭୩ ନୂଆ ଡାକ୍ତର
ଭୁବନେଶ୍ୱର: ଆଜି ରାଜ୍ୟ ସ୍ୱାସ୍ଥ୍ୟସେବାରେ ଯୋଗଦେଲେ ୨୪୭୩ ନୂଆ ଡାକ୍ତର । ଯେଉଁମାନଙ୍କ ମଧ୍ୟରୁ 2392 ଜଣ ଏମବିବିଏସ ଡାକ୍ତର ଥିବା ବେଳେ 81 ଜଣ ଡେଣ୍ଟାଲ ସର୍ଜନ ଅଛନ୍ତି । ଏହି ସମସ୍ତେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପରୀକ୍ଷାକେ କୃତକାର୍ଯ୍ୟ ହେବା ପରେ ଆଜି ସମସ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମସ୍ତ ଡାକ୍ତରମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଟଙ୍କା ହେଉଛି ରାଜ୍ୟବାସୀଙ୍କର, ଓଡ଼ିଶାବାସୀଙ୍କ ସେବା ପାଇଁ ଆଜି ଆମେ ଏଠାରେ ରହିଛେ, ଗୁଣାତ୍ମକ ମାନର ସ୍ୱାସ୍ଥ୍ୟ ସେବା ସମସ୍ତଙ୍କୁ ପ୍ରଦାନ କରିବା ପାଇଁ ସରକାର ପ୍ରତିବଦ୍ଧତା । 'ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା' ଏବଂ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।












Click it and Unblock the Notifications