ରାଜ୍ୟରେ ୨୪୬ ଜଣ ବିଦେଶ ଫେରନ୍ତା କରୋନା ପଜିଟିଭ ଚିହ୍ନଟ
ନଭେମ୍ବର ୨୪ ପରେ ପ୍ରଭାବିତ ଦେଶରୁ ରାଜ୍ୟକୁ ଫେରିଥିବା ୨୪୬ ଜଣ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ନମୁନା ଜେନମ ସିକ୍ବେନ୍ସିଂ ଲାଗି ଆଇଏଲଏସକୁ ପଠାଯାଇଛି ।
ଭୁବନେଶ୍ୱର: ନଭେମ୍ବର ୨୪ ପରେ ପ୍ରଭାବିତ ଦେଶରୁ ରାଜ୍ୟକୁ ଫେରିଥିବା ୨୪୬ ଜଣ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ନମୁନା ଜେନମ ସିକ୍ବେନ୍ସିଂ ଲାଗି ଆଇଏଲଏସକୁ ପଠାଯାଇଛି । ଏନେଇ ଆଇଏଲଏସ ନିର୍ଦେଶକ ଡକ୍ଟର ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ଏହାପୂର୍ବରୁ ନଭେମ୍ବର ମାସରେ ରାଜ୍ୟକୁ ଆସିଥିବା ୧୪୧ ପଜିଟିଭ ନମୁନାର ଜିନମ ସିକ୍ୱେନ୍ସିଂ ହୋଇଥିଲା। ସେସବୁ ନମୁନାରେ ଓମିକ୍ରନ ଚିହ୍ନଟ ହୋଇନାହିଁ ।

ଏଯାଏ ରାଜ୍ୟରେ ଜଣେ ବି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନ ଥିବା ବେଳେ ୨୪୬ ବିଦେଶୀ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଛାତିରେ ଛନକା ପଶିଛି। ଏହି ଆକ୍ରାନ୍ତଙ୍କ ନମୁନା ଜିନମ ସିକ୍ୟୁଏନସିଂ ହେବା ପରେ ଆସନ୍ତା ଶୁକ୍ରବାର ଆସିଯିବ ରିପୋର୍ଟ। ଏହାପରେ ରାଜ୍ୟରେ କେହି ଓମିକ୍ରନ ଆକ୍ରାନ୍ତ ପ୍ରବେଶ କରିଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇଯିବ ।
ଦେଶରେ ଯେଉଁଭଳି ଭାବେ କୋଭିଡ଼ ସଂକ୍ରମଣ ମାମଲା ବଢିଚାଲିଛି, ତା ଭିତରେ ଓମିକ୍ରନ ମାମଲା ଭୟ ବଢାଇଦେଇଛି । ମହାରାଷ୍ଟ୍ରରେ ସର୍ବାଧିକ ମାମଲା ଚିହ୍ନଟ ହୋଇଛି ।












Click it and Unblock the Notifications