ବଡ ଖବର: ସୁସ୍ଥ ଅଛନ୍ତି ଓଡିଶାର ଦୁଇ ଓମିକ୍ରନ ଆକ୍ରାନ୍ତ, ସଂସ୍ପର୍ଶରେ ଆସିଛନ୍ତି ୨୧ ଜଣ
ଓଡ଼ିଶାରେ ଚିହ୍ନଟ ହୋଇଥିବା ଦୁଇ ଓମିକ୍ରନ୍ ଆକ୍ରାନ୍ତ ଭଲ ଅଛନ୍ତି । ସେମାନେ ବିଦେଶରୁ ଆସିବା ପରେ ଆଇସୋଲେସନରେ ଥିଲେ ।
ଭୁବନେଶ୍ୱର: ଓଡ଼ିଶାରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଓଡ଼ିଶାରେ ଚିହ୍ନଟ ହୋଇଥିବା ଦୁଇ ଓମିକ୍ରନ୍ ଆକ୍ରାନ୍ତ ଭଲ ଅଛନ୍ତି । ସେମାନେ ବିଦେଶରୁ ଆସିବା ପରେ ଆଇସୋଲେସନରେ ଥିଲେ । ଉଭୟଙ୍କ କଂଟାକ୍ଟ ଟ୍ରେସିଂରୁ ଜଣାପଡ଼ିଛି ଯେ, ଉଭୟଙ୍କ ସଂସ୍ପର୍ଶରେ ଆସିଛନ୍ତି ୨୧ ଜଣ । ସମସ୍ତ ୨୧ ଜଣଙ୍କର ଟେଷ୍ଟିଂ କରାଯାଉଛି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଓଡ଼ିଶାକୁ ନଭେମ୍ବରରୁ ଏବେ ସୁଦ୍ଧା ୮୮୦୦ ବିଦେଶ ଫେରନ୍ତା ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଆଟ୍ ରିସ୍କ ଦେଶରୁ ଆସିଛନ୍ତି ୧୬୦୦ ଲୋକ । ବିଦେଶ ଫେରନ୍ତାଙ୍କ RTPCR ଟେଷ୍ଟରୁ ୧୨ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସେ କହିଛନ୍ତି ।
ତେବେ ୨ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଆଉ ଜଣେ କତାର ଫେରନ୍ତା ବୋଲି ଜଣାପଡ଼ିଛି । ଉଭୟ ନନ୍ ଆଟ୍ ରିସ୍କ ଦେଶରୁ ଫେରିଛନ୍ତି । ଉଭୟଙ୍କ ମଧ୍ୟରୁ ଜଣଙ୍କ ଠାରେ କୌଣସି ଲକ୍ଷଣ ନାହିଁ । ଜଣଙ୍କର ଟିକେ ଟିକେ କାଶ ହେଉଛି । ଉଭୟ ଆଇସୋଲେସନରେ ଅଛନ୍ତି ଏବଂ ଭଲ ଅଛନ୍ତି । ଚିନ୍ତାର କୌଣସି ବିଷୟ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଜଗତସିଂପୁରର ଆକ୍ରାନ୍ତଜଣଙ୍କ କଟକରେ ଚିକିତ୍ସିତ ହେଉଛନ୍ତି । ସେହିପରି ଖୋର୍ଦ୍ଧାର ଆକ୍ରାନ୍ତ ଜଣଙ୍କ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ।
ସେପଟେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରୀ ତତ୍ପରତା ଦେଖିବାକୁ ମିଳିଛି । ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟ ଅଧିକାରୀଙ୍କୁ ନେଇ ବୈଠକ ବସିଛି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications