ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ
ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ । ସୋର ବଡ଼ଖୁରୀ ସ୍ଥିତ ଉ.ପ୍ରା. ସ୍କୁଲର ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଥିବା ସୂଚନା ମିଳିଛି ।
ବାଲେଶ୍ୱର: ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ । ସୋର ବଡ଼ଖୁରୀ ସ୍ଥିତ ଉ.ପ୍ରା. ସ୍କୁଲର ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଥିବା ସୂଚନା ମିଳିଛି ।

ଖେଳୁଥିବା ବେଳେ ହଠାତ୍ ଛାତ୍ରୀମାନେ ଅସୁସ୍ଥ ହୋଇପଡିଥିଲେ । ତାଙ୍କ ଛାତି ଓ ମୁଣ୍ଡରେ ଯନ୍ତ୍ରଣା ଅନୁଭବ ହେଉଥିବା ସୂଚନା ମିଳିଛି । ବିଦ୍ୟାଳୟର ଶିକ୍ଷକ ଓ ସ୍ଥାନୀୟ ଲୋକ ଛାତ୍ରୀମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ୩ଟି ୧୦୮ ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲେ । ୨ଜଣଙ୍କୁ ବାଲେଶ୍ଵର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।












Click it and Unblock the Notifications