ଖୋଲିଲା ଆଉ ୨ ଗେଟ୍ , ୩୦ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ଜାରି
Hirakud Dam Gates Opened: ଖୋଲିଲା ହୀରାକୁଦର ଆଉ 2ଟି ଗେଟ୍ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ୩୦ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ଜାରି
ଭୁବନେଶ୍ୱର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ । ବର୍ତ୍ତମାନ ୩୦ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ଜାରି । ସହରର ତଳି ଅଞ୍ଚଳରେ ପଶିଲା ମହାନଦୀର ପଛୁଆ ପାଣି । ଉପରମୁଣ୍ଡରେ ପ୍ରବଳ ବର୍ଷା ପାଇଁ ଜଳଭଣ୍ଡାରରେ ପ୍ରବେଶ କରୁଛି ୪ ଲକ୍ଷ ୪୯ହଜାର ୫୦୮ କ୍ୟୁସେକ୍ ଜଳ । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ ୬୧୭ ଦଶମିକ ୦୮ ଫୁଟ ରହିଛି । ସେପଟେ ହୀରାକୁଦର ଗେଟ୍ ଖୋଲିବା ପାଇଁ ଛତିଶଗଡ଼ ଓଡ଼ିଶା ସରକାରଙ୍କ ଉପରେ ଚାପ ପକାଉଛି । ଜଳସମ୍ପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀ ଏହି ବିଷୟରେ ସୂଚନା ଦେଇଛନ୍ତି ।

ଗେଟ୍ ଖୋଲାଯିବା ପରେ ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ସୂଚନା ଅନୁସାରେ ଆସନ୍ତାକାଲି ସକାଳ ୮ ଟା ସୁଦ୍ଧା ମୁଣ୍ତଳିରେ ୬ ଲକ୍ଷ କ୍ୟୁସେକ୍ ଜଳ ଛୁଇଁବ ।












Click it and Unblock the Notifications