ଦିନକ ପରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ, ଆଜି ସରିବ ପ୍ରଚାର

Lok Sabha Election 2024: ଆଉ ଗୋଟିଏ ଦିନ ପରେ ଅର୍ଥାତ୍ ମେ ୧୩ ତାରିଖରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଥିବା ବେଳେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ପାଇଁ ହେବ ଭୋଟିଂ । ସେହିପରି ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ଆଜି ପ୍ରଚାର ମୈଦାନରେ ଜୋର ଲଗାଇବେ ପ୍ରାର୍ଥୀ ।

ଆସନ୍ତା ସୋମବାର ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ତି ଲୋକସଭା ଆସନ ସହ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଏଥର ଫୋକସରେ ରହିଛି ଦକ୍ଷିଣ ଓଡ଼ିଶା । ଅନ୍ୟପକ୍ଷରେ ମେ'୧୩ ତାରିଖ ଦିନ ୯ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଜମ୍ମୁ ଓ କାଶ୍ମୀରକୁ ମିଶାଇ ମୋଟ୍ ୯୬ ଲୋକସଭା ଆସନ ପାଇଁ ଭୋଟିଂ ହେବ ।

Lok Sabha Phase 4 Polls

ଓଡ଼ିଶାରେ ବ୍ରହ୍ମପୁର,କୋରାପୁଟ,ନବରଙ୍ଗପୁର ଏବଂ କଳାହାଣ୍ତି ଲୋକସଭା ଆସନ ସହ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ସେହିପରି ଆନ୍ଧ୍ରପ୍ରେଦଶରେ ସମସ୍ତ ୨୫ଟି ଆସନରେ ଭୋଟିଂ ହେବାଥିବା ବେଳେ ତେଲେଙ୍ଗାନାରେ ୧୭ଟି, ଉତ୍ତରପ୍ରେଦଶରେ ୧୩ଟି, ମହାରାଷ୍ଟ୍ରରେ ୧୧, ପଶ୍ଚିମବଙ୍ଗର ୮ଟି, ମଧ୍ୟପ୍ରଦେଶର ୮, ବିହାରର ୫, ଝାଡଖଣ୍ତରେ ୪ଟି ଆସନରେ ମତଦାନ ଅନୁଷ୍ଠିତ ହେବ ।

ଓଡ଼ିଶାରେ ବ୍ରହ୍ମପୁର,କୋରାପୁଟ,ନବରଙ୍ଗପୁର ଏବଂ କଳାହାଣ୍ତି ଲୋକସଭା ଆସନ ସହ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ୪ ଲୋକସଭା କ୍ଷେତ୍ର ପାଇଁ ୩୯ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ସେହିପରି ୪ ଲୋକସଭା କ୍ଷେତ୍ରରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ପ୍ରାର୍ଥୀ ନାମାଙ୍କନ ପତ୍ର ଭରିଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+