ବଜ୍ରପାତ ନେଲା ୧୯ ଗାଈଙ୍କ ଜୀବନ, ପ୍ରତି ଗାଈ ପିଛା ମିଳିବ ୩୭ ହଜାର ୫୦୦ ଟଙ୍କା
ଭଞ୍ଜାନଗର: ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଦାଙ୍ଗି ଗ୍ରାମ ନିକଟ ଗୁଡ଼ିଆ ତୋଟାରେ ବଜ୍ରପାତ ହୋଇଛି । ବଜ୍ରାଘାତରେ ୧୯ଗୋଟି ଗାଈ ଏବଂ ବଳଦର ମୃତ୍ୟୁ ହୋଇଛି ।

ଆଜି କାଳବୈଶାଖୀ ଯୋଗୁଁ ହଠାତ୍ ପାଗ ବଦଳି ଯିବା ସହ ବର୍ଷ ହୋଇଛି । ବର୍ଷା ପବନ ହେବା ଫଳରେ ଏଣେ ତେଣେ ବୁଲୁଥିବା ଗାଈ ଏବଂ ଗୋରୁମାନେ ଏକ ଆମ୍ବ ଗଛ ନିକଟକୁ ଆସିଥିଲେ । ଆମ୍ବ ଗଛ ମୂଳେ ଆଶ୍ରୟ ନେଇଥିବା ବେଳେ ବଜ୍ରାଘାତ ହେଲା । ଫଳରେ ଗାଈ ଓ ବଳଦଗୁଡିକର ମୃତ୍ୟୁ ଘଟିଛି ।












Click it and Unblock the Notifications