ଡରାଇଲାଣି ଡେଙ୍ଗୁ: ଚିହ୍ନଟ ହେଲେଣି ୧୮୫ ଆକ୍ରାନ୍ତ
ଭୁବନେଶ୍ବର: ଡରାଇଲାଣି ଡେଙ୍ଗୁ ଆତଙ୍କ । ଏବର୍ଷ ମଧ୍ୟ ଡେଙ୍ଗୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇରୁ ସେପ୍ଟେମ୍ବର ମାସରେ ଏହା ବଢିବାରେ ଆମେ ଜାଣିଛେ । କିନ୍ତୁ ପୂର୍ବ ବର୍ଷ ତୁଳନାରେ ଏବର୍ଷ ଟେଷ୍ଟିଂ ସଂଖ୍ୟା ଅଧିକ ଓ ପଜିଟିଭ ସଂଖ୍ୟା ବହୁତ କମ୍ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ତେବେ ମୋଟ ୧୬ ଜିଲ୍ଲାରୁ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ୯୬ ଜଣ ପଜିଟିଭ ଓ ଯାଜପୁରରେ ୧୨ ଜଣ, ବାଲେଶ୍ୱରରେ ୧୦ ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ଜଣେ ଲେଖାଏଁ ମିଶାଇ ସମୁଦାୟ ୧୮୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସେ କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ୧୧,୪୬୪ ଜଣ ଟେଷ୍ଟ କରାଯାଇଛି ସେଥିରୁ୧୮୫ ଜଣ ପଜିଟିଭ ଅଛନ୍ତି । ଗତବର୍ଷ ଏହି ସମୟରେ ୫୯୮୧ ଜଣଙ୍କୁ ଟେଷ୍ଟ କରାଯାଇଥିଲା ସେଥିରୁ ୩୫୩ ଜଣ ପଜିଟିଭ ବାହାରିଥିଲେ। ଯାହା ଏବର୍ଷ ତୁଳନାରେ ବହୁତ କମ ଅଛି । ଏଡିସ ମଶା ସାଧାରଣତଃ ସକାଳ ଓ ସନ୍ଧ୍ୟା ସମୟରେ କାମୁଡନ୍ତି । ଶୋଇବା ଅବସ୍ଥାରେ ନୁହେଁ। ଏଡିସ ମଶା ମାନେ ସ୍ୱଚ୍ଛ ନିର୍ମଳ ପାଣିରେ ବଂଶ ବିସ୍ତାର କରନ୍ତି। ଆମକୁ ସେସବୁ ସଫା କରିବାକୁ ହେବ ଯେଉଁଥିରେ ସେମାନେ ବଂଶ ବିସ୍ତାର କରନ୍ତି, କୁଲର ,ଟିଣ,କୁଡୁଆ ଆଦି ଜିନିଷରେ ପାଣି ଜମିବାକୁ ଦେବା ନାହିଁ। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ, ଏମ୍ସ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।
ଏପିରିକି ଶୋଇବା ଅବସ୍ଥାରେ ନୁହେଁ, ଏଡିସ ମଶା ମାନେ ସ୍ୱଚ୍ଛ ନିର୍ମଳ ପାଣିରେ ବଂଶ ବିସ୍ତାର କରନ୍ତି। ଆମକୁ ସେସବୁ ସଫା କରିବାକୁ ହେବ, ଯେଉଁଥିରେ ସେମାନେ ବଂଶ ବିସ୍ତାର କରନ୍ତି । କୁଲର, ଟିଣ, କୁଡୁଆ ପେଟି ଆଦି ଜିନିଷରେ ପାଣି ଜମିବାକୁ ଦେବା ନାହିଁ। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ, ଏମ୍ସ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।
ଅନ୍ୟପଟେ ଭୁବନେଶ୍ୱରରେ ଡେଙ୍ଗୁ କାୟା ବିସ୍ତାର କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କଟକ ସହରରେ ଡେଙ୍ଗୁର ପ୍ରାଦୁର୍ଭାବ ଦେଖିବାକୁ ମିଳିନାହିଁ । ଗତ ଛଅ ମାସ ମଧ୍ୟରେ କଟକ ସହରରେ କୌଣସି ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇ ନାହାଁନ୍ତି । ତେବେ ପ୍ରତି ବର୍ଷ ଏହି ସମୟରେ ଡେଙ୍ଗୁର ପ୍ରାଦୁର୍ଭାବ ଦେଖିବାକୁ ମିଳୁଥିବାରୁ କଟକ ମହାନଗର ନିଗମ ପକ୍ଷରୁ ଜିରୋ ଡେଙ୍ଗୁ ମିଶନ ଆରମ୍ଭ କରାଯାଇଛି।












Click it and Unblock the Notifications