ଡାକ୍ତରଙ୍କ ଅବହେଳା ଅଭିଯୋଗ: ୧୮ ଦିନରେ ଗଲାଣି ୧୩ ଶିଶୁଙ୍କ ପ୍ରାଣ

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ଗଲାଣି ୧୩ ଶିଶୁଙ୍କ ପ୍ରାଣ । ଚିକିତ୍ସାରେ ଡାକ୍ତରଙ୍କ ଅବହେଳା ଅଭିଯୋଗ । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି ।

କେନ୍ଦୁଝର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ଗଲାଣି ୧୩ ଶିଶୁଙ୍କ ପ୍ରାଣ । ଚିକିତ୍ସାରେ ଡାକ୍ତରଙ୍କ ଅବହେଳା ଅଭିଯୋଗ । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଶନିବାର ରାତି ୯ଟାରୁ ପରଦିନ ୧୨ଟା ଯାଏ କୌଣସି ଡାକ୍ତର ନବଜାତକ ଆଇସିୟୁ ବିଭାଗକୁ ଦେଖିବାକୁ ଆସିନଥିଲେ । ସଠିକ୍ ସମୟରେ ଡାକ୍ତର ନଆସିଥିବାରୁ ଶିଶୁ ମାନଙ୍କୁ ସଠିକ୍ ଚିକିତ୍ସା ମିଳିପାରି ନଥିଲା । ଯାହାପାଇଁ ଏହି ଅଘଟଣ ଘଟିଥିବା ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କ ପରିବାର ଲୋକେ ।

Keonjhar Hospital

ସେହିଭଳି ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରଖାନାରେ ୧୨୨ ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ADMO କିଶୋର ପୃଷ୍ଟିଙ୍କ ସୂଚନା ଦେଇଛନ୍ତି । ତେବେ ଏହା ପଛରେ ଡାକ୍ତରଙ୍କ ଅବହେଳା ଅଭିଯୋଗକୁ ସେ ସ୍ୱୀକାର କରି ନାହାନ୍ତି । ଏନେଇ ତଦନ୍ତ ହେବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଚିକିତ୍ସା ଅବହେଳା ଅଭିଯୋଗ କରି ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରିୟଙ୍କ ମୁଦୁଲି ନାମକ ଜଣେ ମହିଳା କହିଛନ୍ତି, ମୋ ପୁତୁରାକୁ ଗୁରୁତର ଅବସ୍ଥାରେ ଗତକାଲି ରାତି ୯ଟାରେ ଏଠାରେ ଆଡ୍‌ମିଟ୍ କରାଯାଇଥିଲା। ତାକୁ ଆଇସିୟୁରେ ରଖାଯାଇଥିଲା। କିନ୍ତୁ ରାତି ସାରା ତା' ଅବସ୍ଥା କେମିତି ଥିଲା, ସେ ନେଇ କିଛି ସୂଚନା ଦେଇ ନଥିଲେ ସେଠାରେ ମୁତୟନ ହୋଇଥିବା ମେଡିକାଲ କର୍ମଚାରୀ। ଆମେ ଛୁଆକୁ ଆଡ୍‌ମିଟ୍ କଲା ପରଠୁ ଡାକ୍ତର ନଥିଲେ। ଆଜି ଦିନ ୧୨ଟା ବେଳେ ଡାକ୍ତର ଆସିଲେ। ତା' ପରେ କହିଲେ ତୁମ ଛୁଆ ଆଉ ନାହିଁ। ଯଦି ଆମ ଛୁଆର ଅବସ୍ଥା ସଙ୍କଟାପନ୍ନ ଥିଲା ଓ ଆପଣଙ୍କ ପାଖରେ ବ୍ୟବସ୍ଥା ନଥିଲା, ତା'ହେଲେ କାହିଁକି ତାକୁ କଟକ ରେଫର କଲେ ନାହିଁ। ଆମେ ତାକୁ କଟକ ନେଇ ଯାଇଥା'ନ୍ତୁ। ଡାକ୍ତରଙ୍କ ଅବହେଳା ଯୋଗୁ ଆମ ଛୁଆର ମୃତ୍ୟୁ ହୋଇଛି। ସେହିପରି ଅନ୍ୟଜଣେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତକାଲି ଠାରୁ ଶିଶୁଙ୍କୁ ଅକ୍ସିଜେନ ଦେବାକୁ ନେହୁରା ହୋଇଥିଲେ ବି କେହି ଶୁଣି ନଥିଲେ । ଫଳରେ ସେମାନଙ୍କ ଶିଶୁଙ୍କର ମୃତ୍ୟୁ ହୋଇଛି ।

ବର୍ତ୍ତମାନ ମେଡିକାଲରେ ପହଞ୍ଚିଛନ୍ତି ଅତିରିକ୍ତ ଏସପି ଓ ଉପଜିଲ୍ଲାପାଳ । ଏହା ସହିତ ପୋଲିସ୍ ଫୋର୍ସକୁ ମୁତୟନ କରାଯାଇଛି। ଗତ ୨୪ ଘଣ୍ଟାରେ ଯେଉଁମାନଙ୍କ ଶିଶୁଙ୍କ ମୃତ୍ୟୁ ଘଟିଛି ଅତିରିକ୍ତ ଏସ୍‌ପି ଓ ଉପଜିଲ୍ଲାପାଳ ସେମାନଙ୍କ ସହିତ ଆଲୋଚନା କରୁଛନ୍ତି । ଅନ୍ୟପକ୍ଷରେ କାହିଁକି ଏତେ ସଂଖ୍ୟକ ପିଲାଙ୍କର ଗତ ୧୮ ଦିନରେ ମୃତ୍ୟୁ ଘଟିଛି, ସେନେଇ ଗଣମାଧ୍ୟମ ସମ୍ମୁଖରେ କିଛି ନିର୍ଦ୍ଦିଷ୍ଟ କାରଣ କହିନାହାନ୍ତି ଏଡିଏମ୍‌ଓ କିଶୋର ପୃଷ୍ଟି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+