Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ସୃଷ୍ଟି ହେବ ୯ ହଜାର ୧୪୬ଟି ନିଯୁକ୍ତି, ୩ ହଜାର ୨୬୬ କୋଟି ଟଙ୍କାର ୧୧ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକକ ବାତାୟନ ଅନୁମୋଦନ କମିଟି ବୈଠକରେ ପ୍ରାୟ ୩ହଜାର ୨୬୬ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ୯ହଜାର ୧୪୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଏଥିରେ ଖାଦ୍ୟ ପ୍ରକ୍ରିୟାକରଣ, କୃଷି ପ୍ରକ୍ରିୟାକରଣ, ପ୍ଲାଷ୍ଟିକ, ବୟନପୋଷାକ, ଆଇଟି ଏବଂ ଅକ୍ଷୟ ଶକ୍ତିଭଳି ବିଭିନ୍ନ ଶିଳ୍ପରେ ପୁଞ୍ଜିନିବେଶ ପାଇଁ ଅନୁମୋଦନ ମିଳିଛି ।

Odisha

ଅନୁମୋଦିତ ପ୍ରକଳ୍ପଗୁଡ଼ିକ ବାଲେଶ୍ବର, ବଲାଙ୍ଗୀର, କଳାହାଣ୍ଡି, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ । ଖୋର୍ଦ୍ଧାରେ ନେଷ୍ଟଲ ଇଣ୍ଡିଆ ଲିମିଟେଡ୍ ତରଫରୁ ୮୯୦ କୋଟି ଟଙ୍କାରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯିବ । ଏଥିରେ ୮୦୦ରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବ । ଖୋର୍ଦ୍ଧାରେ ମେସର୍ସ କଲଗଟୋଜ୍ ଗାର୍ମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ୨୦୦ କୋଟି ଟଙ୍କାରୁ ଅଧି୍କ ବିନିଯୋଗରେ ୧.୨ ମେଗାଓ୍ବାଟ୍ ରୁଫ୍ ଟପ୍ କ୍ୟାପ୍ଟିଭ୍ ସୋଲାର ପାଓ୍ବାର ପ୍ଲାଣ୍ଟ ସହିତ ଏକ ସମନ୍ବିତ ପୋଷାକ ଉତ୍ପାଦନ କାରଖାନା ସ୍ଥାପନ କରିବ । ଏହାଦ୍ବାରା ୪୮୨୦ରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବ ।

ସେହିପରି କଲରଟୋନ୍ ଗାର୍ମେଣ୍ଟସ ପ୍ରାଇଭେଟ୍ ଲମିଟେଡ୍ ୨୦୦କୋଟି ଟଙ୍କା ନିବେଶ କରି ୧.୨ ମେଗାୱଟ୍ ରୁଫ୍ କ୍ୟାପଟିଭ ସୋଲାର ପାୱାର ପ୍ଲାଣ୍ଟ ସମେତ ଏକ ଇଣ୍ଟିଗ୍ରେଟେଡ୍ ପୋଷାକ ଉତ୍ପାଦନ କାରଖାନା ଖୋର୍ଦ୍ଧାରେ ସ୍ଥାପନ କରିବ । ଯାହାଦ୍ୱାରା ୪୮୨୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏହି ସଂସ୍ଥା ଭାରତର ଦ୍ୱିତୀୟ ବୃହତ୍ତମ ବେବିୱେୟାର । ହିମାଦ୍ରି ସ୍ପେଶାଲିଷ୍ଟ କେମିକାଲ ଲିମିଟେଡ୍ ଓଡ଼ିଶାରେ ନିଜର ପ୍ରଥମ ରାସାୟନିକ ୟୁନିଟ୍ ଯାଜପୁରରେ ସ୍ଥାପନ କରିବ ଓ ଏଥିପାଇଁ କମ୍ପାନୀ ୯୮୦କୋଟି ଟଙ୍କା ନିବେଶ କରିବ ଓ ଏହା ଦ୍ୱାରା ୧୪୦୦ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।

ସେହିପରି ମେଟାଲ ଡାଉନଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଦୁଇଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ବିକେ ଉତ୍କଳ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଆଇଏଫ୍ ଜିଏଲ୍ ରିଫ୍ରାକ୍ଟୋରିଜ୍ ଲିମିଟେଡର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଯେଉଁଥିରେ ୨୬୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶରେ ୩୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଇଟି ଏବଂ ଇଏସଡିଏମ କ୍ଷେତ୍ରରେ ନିସୁମ କନସଲଟିଂ ପ୍ରାଇଭେଟ ଲିମିଟେଡ୍ ଦ୍ବାରା ୨୦୦ କୋଟି ଟଙ୍କା ନିବେଶକୁ ମଞ୍ଜୁରୀ ମିଳିଛି । ଗୋଟିଏ ସଫ୍ଟୱେର ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା ପାଇଁ କମ୍ପାନୀ ପ୍ରସ୍ତାବ ଦେଇଛି, ଯାହା ଓଡ଼ିଶାରେ ୬୪୦ରୁ ଅଧିକ ଲୋକଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+