ବାହାନଗାରେ CBIର 10 ଜଣିଆ ଟିମ୍, ଖୋଜୁଛି ଦୁର୍ଘଟଣା ପଛର କାରଣ

ବାଲେଶ୍ୱର: ବାହାନଗାରେ CBIର 10 ଜଣିଆ ଟିମ୍ । ଫରେନସିକ ଟିମ୍ ସହ ପହଞ୍ଚି ସିବିଆଇର ତଦନ୍ତ ଆରମ୍ଭ । ବାହାନଗା ଷ୍ଟେସନର ସିଗନାଲ ରୁମରେ ଖୋଳତାଡ଼ । ଲୁପ୍ ଲାଇନ୍ ଓ ମେନ୍ ଲାଇନରେ ବି ସିବିଆଇ ଯାଞ୍ଚ ଆରମ୍ଭ କରିଛି ।

ସିପିଆରଓ ବିଶ୍ୱଜିତ୍ ସାହୁ କହିଛନ୍ତି, ରେଳମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ସିବିଆଇର ସ୍ୱତନ୍ତ୍ର ଟିମ ଏହାର ତଦନ୍ତ କରୁଛି । ନିରପେକ୍ଷ ଭାବେ କିଭଳି ତଦନ୍ତ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ସିବିଆଇ ସ୍ୱତନ୍ତ୍ର ଭାବେ ନିଜ ତଦନ୍ତ ଜାରି ରଖିଛି ।

Balasore Train Accident

ଏସବୁ ଭିତରେ ବାହାନଗା ଷ୍ଟେସନର ସିଗନାଲ ରୁମରେ ସିବିଆଇ ଟିମ୍ ତନାଘନା କରିଛି । ଦୁର୍ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ମଧ୍ୟ ଦେଖିଛି ଟିମ୍ । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବଗି ଗୁଡିକର ମଧ୍ୟ ଯାଞ୍ଚ କରିବ ଟିମ୍ । ସନ୍ଦେହ ଘେରକୁ ଯିଏ ବି ଆସିବ ସିଏ ତଦନ୍ତ ପରିସରଭୁକ୍ତ ହେବ । ତେବେ କେଉଁ ଦିଗକୁ ନେଇ ତଦନ୍ତ ଆଗକୁ ବଢିବ ତାହା ସ୍ପଷ୍ଟ କରି ନାହାନ୍ତି ସିପିଆରଓ । ଏହାବାଦ୍ କୌଣସି ରେଳ କର୍ମଚାରୀ ଫେରାର ନଥିବା କଥା ମଧ୍ୟ ସ୍ପଷ୍ଟ କରିଛନ୍ତି ।

କହିରଖୁ କି, ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ୪ ଦିନ ପୁରିଥିବା ବେଳେ ଏଯାଏଁ ଦୁର୍ଘଟଣା ପଛର କାରଣ ସ୍ପଷ୍ଟ ହୋଇପାରନି । ସମସ୍ତଙ୍କ ମନରେ ପ୍ରଶ୍ନ, କାହିଁକି ଘଟିଲା ଏତେ ବଡ ଦୁର୍ଘଟଣା ? କେଉଁଠି ରହିଲା ତ୍ରୁଟି ? ଏହି ଦୁର୍ଘଟଣା କାରଣ ଖୋଜିବାକୁ ରେଲୱେ ସିବିଆଇ ତଦନ୍ତ ସୁପାରିଶ୍ କରିଥିଲା । ତେବେ ପ୍ରାଥମିକ ଅନୁସନ୍ଧାନ ପରେ ସିବିଆଇ ମାମଲା ରୁଜୁ କରିବ ବୋଲି ଜଣାପଡ଼ିଛି ।

ଏହା ଭିତରେ ଖୋର୍ଦ୍ଧା DRMଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି । ଖୋର୍ଦ୍ଧା ଡିଆରଏମ ରିଙ୍କେଶ ରାୟ ଗତକାଲି ବିସ୍ଫୋରକ ବୟାନ ଦେଇ କହିଛନ୍ତି, ଯଦି କେହି ଫିଜିକାଲି ଟାମ୍ପରିଂ ନ କରିବ, ସିଗନାଲରେ ଗଡ଼ବଡ୍ ହେବନି । ଟେକ୍ନିକାଲି ଏହା ସମ୍ଭବ ନୁହେଁ ।

ସେ କହିଛନ୍ତି, ଡାଟା ଲଗ ଅନୁସାରେ ସିଗ୍ନାଲ ଗ୍ରୀନ ଥିଲା । ଯାନ୍ତ୍ରିକ ଭାବେ ଏଥିରେ ତ୍ରୁଟି ହେବା ସମ୍ଭବ ନୁହେଁ । କେହି ଜାଣିଶୁଣି କ୍ଷତି ପଞ୍ଚାଇ ଥାଇପାରେ । ଟ୍ୟାମ୍ପରିଂ ବିନା ଏଭଳି ଘଟିବା ଅସମ୍ଭବ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଏଭଳି ବୟାନ ଆସିବା ପରେ ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି । ଏହା ଯାନ୍ତ୍ରିକ ତ୍ରୁଟି ନା ମନୁଷ୍ୟକୃତ । ଯଦି ମନୁଷ୍ୟକୃତ ତେବେ କିଏ ସେହି ଷଡଯନ୍ତ୍ରକାରୀ ? ଏମିତି କରିବା ପଛରେ କଣ ରହିଥାଇ ପାରେ ଉଦ୍ଦେଶ୍ୟ ? ଏତେ ବଡ ଦୁର୍ଘଟଣା ଘଟାଇବାକୁ କେଉଁଠାରୁ ମିଳିଥିଲା କି ନିର୍ଦ୍ଦେଶ ? ଏସବୁ ପ୍ରଶ୍ନର ଉତ୍ତର କେବେ ମିଳିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+