ରାଜ୍ୟରେ ୩ ବର୍ଷରେ ୧୦, ୧୨୯ ଦୁଷ୍କର୍ମ ମାମଲା

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୨୦୧୯ ମସିହାରୁ ୨୦୨୨ ମସିହା ଭିତରେ ୧୦, ୧୨୯ଟି ଦୁଷ୍କର୍ମ ମାମଲା ଆସିଥିବା ବେଳେ ୫୫୮୪ଟି ନାବାଳିକା ଦୁଷ୍କର୍ମ ମାମଲା ଆସିଛି ।

ଭୁବନେଶ୍ବର: ରାଜ୍ୟରେ ହୋଇଥିବା ଅପରାଧିକ ମାମଲାର ତଥ୍ୟ ରଖିଲେ ରାଜ୍ୟ ସରକାର । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୨୦୧୯ ମସିହାରୁ ୨୦୨୨ ମସିହା ଭିତରେ ୧୦, ୧୨୯ଟି ଦୁଷ୍କର୍ମ ମାମଲା ଆସିଥିବା ବେଳେ ୫୫୮୪ଟି ନାବାଳିକା ଦୁଷ୍କର୍ମ ମାମଲା ଆସିଛି ।

Rape Case Registered

ତେବେ ୨୦୧୯ରେ ୨୯୫୦ ଟି, ୨୦୨୦ରେ ୨୯୮୪, ୨୦୨୧ରେ ୩୩୨୭, ୨୦୨୨ରେ ୮୬୮ ମାମଲା ସାମ୍ନାକୁ ଆସିଛି । ସେହିଭଳି ୨୦୧୯ରେ ୧୬୩୫ , ୨୦୨୦ରେ ୧୬୪୬, ୨୦୨୧ରେ ୧୮୭୧, ୨୦୨୨ରେ ୪୩୨ ନାବାଳିକା ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି ।

ପୂରା ତାଲିକା-

2019ରେ 2950ଟି ମାମଲା
2020ରେ 2984 ମାମଲା
2021ରେ 3327 ମାମଲା
2022ରେ 868 ମାମଲା

ନାବାଳିକା ଦୁଷ୍କର୍ମ ମାମଲା..

2019ରେ 1635ଟି ମାମଲା
2020ରେ 1646ଟି ମାମଲା
2021ରେ 1871ଟି ମାମଲା
2022ରେ 432ଟି ମାମଲା

ଅନ୍ୟପଟେ ବିଗତ ୩ ବର୍ଷରେ ୭୬୦୩ ବାଳିକା ନିଖୋଜ ହୋଇଥିବା ବେଳେ ୫୯୭୨ ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୭୩୧ ଜଣ ବାଳିକା ନିଖୋଜ ଅଛନ୍ତି। ଗତ ୩ ବର୍ଷ ଅର୍ଥାତ ୨୦୧୯, ୨୦ ଓ ୨୧ରେ ନିଖୋଜ ହୋଇଥିବା ବାଳକ, ବାଳିକା ଓ ମହିଳାଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ତେବେ ଏବେ ବି ୧ହଜାର ୭୩୧ଜଣ ନିଖୋଜ ଅଛନ୍ତି । ସେହିପରି ୩ବର୍ଷରେ ରାଜ୍ୟରେ ୧ ହଜାର ୧୧୧ ବାଳକ ନିଖୋଜ ହୋଇଥିବା ବେଳେ ୯୦୭ ଜଣଙ୍କୁ ଉଦ୍ଧାର କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+