Odish Assembly Election: ୩୮ ଜଣିଆ ଇସ୍ତାହାର କମିଟି ଗଠନ କଲା ବିଜୁ ଜନତା ଦଳ

୩୮ ଜଣିଆ ଇସ୍ତାହାର କମିଟି ଗଠନ କଲା ବିଜୁ ଜନତା ଦଳ । ଚନ୍ଦ୍ରଶେଖର ସାହୁ ଅଧ୍ୟକ୍ଷ ଏହି କମିଟିର ଅଧକ୍ଷ ଥିବା ବେଳେ , ଅମର ପଟ୍ଟନାୟକ ଆବାହକ ହୋଇଛନ୍ତି । ଏହି କମିଟିରେ ୬ ସହ-ଅଧ୍ୟକ୍ଷ ଓ ୩ ପ୍ରବାସୀ ଓଡ଼ିଆ ସଦସ୍ୟ ସାମିଲ ହୋଇଛନ୍ତି।

manifesto committee

ସେହିଭଳି ୬ ଜଣ ବରିଷ୍ଠ ନେତାଙ୍କୁ Co-chairman ଦାୟିତ୍ୱ ଦେଇଛି ବିଜେଡି । ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାରାଣ୍ଡି, ମଙ୍ଗଳା କିଶାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର । ସେହିଭଳି ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କୁ ଆବାହକ ଓ ସସ୍ମିତ ପାତ୍ରଙ୍କୁ ସହ-ଆବାହକ ଦାୟିତ୍ୱ ଦେଇଛି ଦଳ ।

୩ ପ୍ରବାସୀ ଓଡ଼ିଆ ସୁକାନ୍ତ ମହାପାତ୍ର, ସୋଫେନ୍ଦୁ ମହାନ୍ତି ଓ ଅମୀୟ ମିଶ୍ରଙ୍କୁ ବିଜେଡି ଇସ୍ତାହାର କମିଟିରେ ରଖିଥିବା ବେଳେ ୨୬ ଜଣଙ୍କୁ ସଦସ୍ୟ ଭାବେ ଦାୟିତ୍ୱ ଦେଇଛି ଦଳ ।

ସଦସ୍ୟ: ଅତନୁ ସବ୍ୟସାଚୀ ନାୟକ, ଡ. ଅଚ୍ୟୁତ ସାମନ୍ତ, ଡ. ଅରୁଣ କୁମାର ସାହୁ, ସଂତୃପ୍ତ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର, ଶ୍ରୀମତୀ ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ଚିରଞ୍ଜୀବ ବିଶ୍ୱାଳ, ସୁବାସ ସିଂହ, ବ୍ୟୋମକେଶ ରାୟ, ଦେବୀ ରଂଜନ ତ୍ରିପାଠୀ, ରମେଶ ଚନ୍ଦ୍ର ମାଝୀ, ଦିଲ୍ଲୀପ ତିର୍କୀ, ରବି ନାରାୟଣ ନନ୍ଦ, ଅମରେଶ ପତ୍ରୀ, ଶେଖ୍ ନିଜାମୁଦ୍ଦିନ୍, ତନ୍ମୟ ସ୍ୱାଇଁ, ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଶ୍ରୀମତୀ ବିଷ୍ଣୁପ୍ରିୟା ଦାସ, ସଞ୍ଜିତ୍ ମହାନ୍ତି, ଶ୍ରୀମତୀ ପଙ୍କଜିନୀ ମଙ୍ଗରାଜ, ଶ୍ରୀମତୀ ମାମିନା ନାୟକ, କିଶୋର ଦେବତା ।

ବର୍ତମାନ ଚନ୍ଦ୍ରଶେଖରଙ୍କ ତତ୍ତ୍ୱାବଧାନରେ ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରିବ ବିଜେଡି । ଦଳ କେଉଁ କେଉଁ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ନିଜର ଇସ୍ତାହାର ପ୍ରକାଶ କରିବ, ତାର ଦାୟିତ୍ୱ ଏବେ ଚନ୍ଦ୍ରଶେଖର ସାହୁଙ୍କୁ ଦିଆଯାଇଛି । ୨୦୧୯ ମସିହାରେ ବିଜେଡିରେ ଯୋଗ ଦେଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଚନ୍ଦ୍ରଶେଖର ସାହୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+