ରାଜ୍ୟରେ ପହିଲି ଶୀତ; ଗତ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ହ୍ରାସ
ରାଜ୍ୟରେ ପହିଲି ଶୀତ । ଗତ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ହ୍ରାସ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ପାରଦ ପ୍ରାୟ ୩ ଡିଗ୍ରୀ କମିଛି । ଏକାଧିକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି ।
୧୨.୫ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଏହାସହ ରାଜ୍ୟର କିଛି କିଛି ଅଞ୍ଚଳରେ ଘନ କୁହୁଡି ମଧ୍ୟ ଦେଖାଦେବ । କୋରାପୁଟରେ ଘନ କୁହୁଡି ଦେଖାଯାଇଥିବା ବେଳେ ରାଉରକେଲାରେ ହାଲୁକା କୁହୁଡି ଦେଖିବାକୁ ମିଳିଛି । ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟକୁ ଉତ୍ତରପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଶୁଷ୍କ ବାୟୁ ପ୍ରଭାବରେ ରାତିର ତାପମାତ୍ରାରେ ଆହୁରି ହ୍ରାସ ଘଟିଥିବା ସମ୍ଭାବନା ରହିଛି । ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ାହୁରି ୨.୪ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି ।

ରାଜ୍ୟର ୨୮ସ୍ଥାନରେ ରାତି ତାପମାତ୍ରା ଖସିଛି ଓ ଆଗକୁ ଆହୁରି ଖସିବ । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ଏକ ସପ୍ତାହ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇ ଦିନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ରବିବାର ରାତିର ତାପମାତ୍ରା ଅନେକ ସ୍ଥାନରେ ୨ ଡିଗ୍ରୀ ଖସିଛି । ଦାରିଙ୍ଗିବାଡ଼ି, ଫୁଲବାଣୀ, କୋରାପୁଟ, ଭଦ୍ରକ,ଝାରସୁଗୁଡ଼ା, ଅନୁଗୁଳ ଆଦି ୬ଟି ସ୍ଥାନର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିଲା । ଦାରିଙ୍ଗିବାଡ଼ିରେ ଶନିବାର ୧୯ ଡିଗ୍ରୀ ଥିବାବେଳେ ରବିବାର ଏହା ୧୮ ଡିଗ୍ରୀକୁ ଖସିଥିଲା । କୋରାପୁଟରେ ଶନିବାରର ତାପମାତ୍ରା ୧୫.୮ ଡିଗ୍ରୀ ଥିବାବେଳେ ଏହା ବଢ଼ି ୧୬ ଡିଗ୍ରୀ ହୋଇଛି । ସେହିପରି ଫୁଲବାଣୀରେ ୦.୫ ଡିଗ୍ରୀ ବଢ଼ି ରବିବାର ରାତିରେ ୧୮.୫ ଡିଗ୍ରୀ ହୋଇଛି।
ଭୁବନେଶ୍ୱରରେ ଶନିବାର ସର୍ବନିମ୍ନ ତଥା ରାତି ତାପମାତ୍ରା ୨୪ ଡିଗ୍ରୀ ରହିଥିଲା ରବିବାର ଏହା ଖସି ୨୨.୬ ଡିଗ୍ରୀ ହୋଇଛି । କଟକର ତାପମାତ୍ରା ଶନିବାର ୨୩ ଡିଗ୍ରୀ ଥିବା ବେଳେ ରବିବାର ଏହା ୨୧.୮ ଡିଗ୍ରୀକୁ ଖସିଥିଲା । ରବିବାର ରାତିରେ ରାଉରକେଲାର ତାପମାତ୍ରା ୨୧.୫ ଡିଗ୍ରୀ, କେନ୍ଦ୍ରାପଡ଼ାର ୨୧.୬, ଜଗତ୍ସିଂହପୁରର ୨୨.୬, ଖୋର୍ଦ୍ଧାର ୨୨.୫, ନବରଙ୍ଗପୁରର ୨୧.୪, ଦେବଗଡ଼ର ୨୨.୫, ଯାଜପୁରର ୨୧.୬, ଢେଙ୍କାନାଳର ୨୨.୪, ସୋନପୁରର ୨୨ ଡିଗ୍ରୀ, ପାରଳଖେମୁଣ୍ଡିର ୨୧ ଡିଗ୍ରୀ, ସୁନ୍ଦରଗଡ଼ର ୨୦.୮, କେନ୍ଦୁଝରର ୨୦.୪, ଝାରସୁଗୁଡ଼ାରେ ୧୯.୩, ଅନୁଗୁଳରେ ୧୯.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ପୁରୀରେ ରାତି ତାପମାତ୍ରା ସର୍ବାଧିକ ୨୫.୮ ଡିଗ୍ରୀ ରହିଥିଲା ।
୪ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା କମିବା ଦ୍ବାରା ଉପକୂଳରୁ ଉତ୍ତର ଓ ଦକ୍ଷିଣରୁ ପଶ୍ଚିମ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ା ୧୪.୫, ଅନୁଗୋଳ ୧୫, କେନ୍ଦୁଝର ୧୫.୨, ରାଉରକେଲା ୧୫.୫, ଢେଙ୍କାନାଳ ୧୫.୮, ଭୁବନେଶ୍ବର ୧୭, କଟକ ଓ ବାରିପଦାରେ ୧୭.୬, ସମ୍ବଲପୁର ୧୮, ହୀରାକୁଦ ଓ ସୁନ୍ଦରଗଡ଼ରେ ୧୮.୨, ଚାନ୍ଦବାଲି ୧୯, ଭବାନୀପାଟଣା ୧୯.୪, ବାଲେଶ୍ବର ୧୯.୫ ଏବଂ ବଲାଙ୍ଗିରରେ ୧୯.୭ ଡିଗ୍ରୀ ରହିଛି। ଫୁଲବାଣୀରେ ୨.୫ ଡିଗ୍ରୀ ପାରଦ ଖସିଥିବାବେଳେ ଢେଙ୍କାନାଳରେ ୬.୩ଡିଗ୍ରୀ, ଭୁବନେଶ୍ବରରେ ୩.୮ଡିଗ୍ରୀ, ଅନୁଗୋଳରେ ୩ ଏବଂ ଝାରସୁଗୁଡ଼ାରେ ୩.୩ଡିଗ୍ରୀ କମିଛି। ବାୟୁ ମଣ୍ଡଳରେ ଜଳୀୟ ବାଷ୍ପ ହ୍ରାସ ପାଉଛି। ପଶ୍ଚିମାଝଡ଼ ପ୍ରଭାବରେ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ବାୟୁ ପ୍ରଭାବରେ ରାତି ତାପମାତ୍ରା ହ୍ରାସ ପାଉଛି। ଆଗକୁ ଆହୁରି ଥଣ୍ଡା ବଢ଼ିବାର ସମ୍ଭାବନା ରହିଥିବା ଜଣାପଡ଼ିଛି।












Click it and Unblock the Notifications