ସୁଦାନରୁ ଫେରିଲେ ଓଡ଼ିଆ ଯୁବକ ଆଦର୍ଶ ବେହେରା, ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ,
ସୁଦାନରୁ ଫେରିଲେ ଜଗତସିଂହପୁର ଜିଲ୍ଲାର ଓଡ଼ିଆ ଯୁବକ ଆଦର୍ଶ ବେହେରା । ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କୁ ଦେଲେ ଧନ୍ୟବାଦ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଦର୍ଶଙ୍କୁ ଫେରାଇ ଆଣିବାକୁ ହୋଇଥିଲା ଉଦ୍ୟମ ହୋଇଥିଲା । କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟକୁ ପତ୍ର ଲେଖିଥିଲେ ରାଜ୍ୟ ସରକାର । ଉପଯୁକ୍ତ ପଦକ୍ଷେପ ନେବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଗୁଇନ୍ଦା ବିଭାଗ DG କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ପତ୍ର ଲେଖିଥିଲେ ।

ସୁଦାନ ଗୃହଯୁଦ୍ଧ ଭିତରେ ମୁକୁଳିଛନ୍ତି ଓଡ଼ିଆ ପୁଅ ଆଦର୍ଶ ବେହେରା । ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଜଗତସିଂହପୁର ଜିଲ୍ଲା କୋଟକଣାର ଆଦର୍ଶ । ଗତକାଲି ଆବୁଧାବିରୁ ହାଇଦ୍ରାବାଦ ଅଭିମୁଖେ ବାହାରିବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଜଗତସିଂହପୁର ସାଂସଦଙ୍କ ଅନୁରୋଧରେ ଆଦର୍ଶଙ୍କୁ ଆଣିଛି ବୈଦେଶିକ ମନ୍ତ୍ରାଳୟ । ଉଦ୍ଧାର ପାଇଁ ଦାବି କରିଥିଲେ ସାଂସଦ ବିଭୁ ପ୍ରସାଦ ତରାଇ ।
'ଅପହରଣ ବେଳେ ବହୁତ ମାଡ଼ ମାରିଥିଲେ-' ବିମାନବନ୍ଦରରେ ପହଞ୍ଚିବା ପରେ କୁନି ପୁଅକୁ କୋଳକୁ ନେଇ ଭୋ ଭୋ ହୋଇ କାନ୍ଦିଥିଲେ । ଏହା ପରେ ସେ ଯନ୍ତ୍ରଣାକୁ ବଖାଣି ଆଦର୍ଶ ବେହେରା କହିଛନ୍ତି, ''୨ରୁ ୩ ଦିନ ଜଙ୍ଗଲରେ ଥିଲି । ତା ପରେ ମୋତେ ଜେଲରେ ରଖିଥିଲେ । ପ୍ରାୟ ଦେଢମାସ ଜେଲରେ ରଖିଥିଲେ । ଏ ୭ଦିନ ହେବ ମୋତେ ରିଲିଜ କରାଗଲା । ମୋତେ ଏବେ ଭଲ ଲାଗୁଛି । ସେମାନେ ଭିଡିଓ କରିଥିଲେ । ମୁଁ ଯାହା ଫୋନରୁ କଲ କରିଥିଲି ସେ ଭିଡିଓ ଛାଡିଥିଲେ । ପ୍ରଥମେ ମୋତ ଧରି ନେବା ପରେ ବହୁତ ମାଡ଼ ମାରିଥିଲେ । ଆର୍ମି ଭାବିକି ମୋତେ ମାରିଛନ୍ତି । ବଞ୍ଚିବି ବୋଲି କେବେ ବି ଭାବଥିଲି । ବହୁତ କଷ୍ଟରେ ରହିକି ଆସିଛି । ଅନ୍ଧାର କୋଠରୀରେ ରଖିଥିଲେ । ଗୋଟିଏ ବ୍ରେଡ-ବିସ୍କୁଟ ଖାଇବାକୁ ଦେଉଥିଲେ ।''












Click it and Unblock the Notifications