ଯୁଦ୍ଧ ପ୍ରଭାବିତ ଇସ୍ରାଏଲ୍‌ରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ, କହିଲେ...

ଯୁଦ୍ଧ ଭୂମିରୁ ଜୀବନ ନେଇ ଫେରିଲେ ଭାରତୀତ । ନିଜ ଦେଶରେ ପହଞ୍ଚିବା ପରେ ଶାନ୍ତିରେ ନିଃଶ୍ବାସ ମାରିଲେ ଆଉ ତ୍ରିରଙ୍ଗା ଲହରାଇ ଗର୍ବର ସହ କହିଲେ ଆମେ ଭାରତୀୟ । ହଁ ଆଜ୍ଞା, ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଫସିଥିବା ଭାରତୀୟ ଯେତେବେଳେ ନିଜ ମାଟିକୁ ଫେରି ଆସିଛନ୍ତି ସେତେବେଳେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ଏମିତି ଲାଗୁଛି ସତେ କି ସେମାନେ ନୂଆ ଜୀବନ ଫେରି ପାଇଲେ । ନୁହେଁ ବା କେମିତି- ଯୁଦ୍ଧ ଭୂମିରେ ରହି ଜୀବନକୁ ସୁରକ୍ଷିତ କରିବା ମୁସ୍କିଲ ଆଉ ଏପରି ସ୍ଥଳରେ ଦେବଦୂତ ସାଜୁଛି ଅପରେସନ୍ ସିନ୍ଧୁ । ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଫସିଥିବା ଭାରତୀୟଙ୍କ ପାଇଁ ନୂଆ ଆଶା ପାଲଟିଛି ଏହି ଅପରେସନ ସିନ୍ଧୁ । ଯୁଦ୍ଧ ଭୂମିରୁ ଫେରୁଛି ଜୀବନ ।

war-torn Israe

ଇସ୍ରାଇଲରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ। ଯୁଦ୍ଧ ପ୍ରଭାବିତ ଇସ୍ରାଇଲରୁ ଫେରି ଦିଲ୍ଲୀରେ ପହଞ୍ଚିଲେ। ଇରାନ ଏବଂ ଇସ୍ରାଇଲର ଘମାଘୋଟ ଯୁଦ୍ଧ ଭିତରେ ସୁରକ୍ଷିତାରେ ଦିଲ୍ଲୀରେ ପହଞ୍ଚିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ। ଏହାକୁ ନେଇ ତେଲ ଆଭିଭରେ ପିଏଚଡି କରୁଥିବା ଜଣେ ଛାତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ସାଇରନ ବାଜିବା ମାତ୍ରେ ବଙ୍କର ଭିତରକୁ ଆମକୁ ଯିବାକୁ ପଡୁଥିଲା। ଆଜି ଆମେ କେବଳ ସରକାରଙ୍କ ପାଇଁ ଏଠାରେ ସୁରକ୍ଷିତାରେ ପହଞ୍ଚି ପାରିଛୁ।

ସରକାର ସୀମା ପାର କରାଇବାରେ ପୁରା ସହଯୋଗ କରିଛନ୍ତି। ସେଠାରେ ଆମେ ଅନ୍ୟ ଦେଶର ପିଲାଙ୍କ ପରି ସମସ୍ୟା ମଧ୍ୟ ସାମ୍ନା କରିନାହୁଁ। ଭୁବନେଶ୍ୱର, କାକଟପୁର, କେନ୍ଦ୍ରାପଡାର ଛାତ୍ର ଅନୁଭୂତି ବଖାଣି କହିଲେ, ହମାସ ଆକ୍ରମଣ ଠାରୁ ଇରାନର ଆକ୍ରମଣ ଅଧିକ ରହିଛି।

ଇରାନ ଅତ୍ୟାଧୁନିକ ମିଜାଇଲ ମାଡ଼ କରୁଥିବାରୁ ଏହି ସମସ୍ୟା ହୋଇଛି। ଆମେ 25 ଓଡ଼ିଆ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 14 ଜଣ ଫେରିଥିବାବେଳେ ପୂର୍ବରୁ କେବେ ଏପରି ଆକ୍ରମଣ ଦେଖିନଥିଲୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+