ଏଣିକି ସବୁ ଦୋକାନରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ

ଭୁବନେଶ୍ବର: ଏଣିକି ରାଜ୍ୟର ସବୁ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ ଭାବେ ରହିବ । ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବୀମା ବିଭାଗ ତରଫରୁ ଏହାର କଡ଼ାକଡ଼ି ଯାଞ୍ଚ ହେବ ।

ଯେଉଁମାନେ ଏଥିରେ ଖିଲାପ କରିବେ ସେମାନଙ୍କୁ ୭ ଦିନିଆ ନୋଟିସ୍ ଦିଆଯିବ । ଏହା ପରେ ମଧ୍ୟ ଯଦି ସେମାନେ ଓଡ଼ିଆରେ ନାମ ଫଳକ ନ ଲେଖନ୍ତି, ତେବେ ଜରିମାନା ସହ ଆବଶ୍ୟକ ସ୍ଥଳେ ଦୋକାନ ଅବା ସଂସ୍ଥାର ଲାଇସେନ୍ସ ରଦ୍ଦ କରାଯିବ । ପ୍ରଥମ ଥର ଖିଲାପକାରୀଙ୍କୁ ୫ହଜାର ଟଙ୍କା, ଦ୍ୱିତୀୟ ଥର ଖିଲାପକାରୀଙ୍କୁ ୨୫ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିବ । ଚଳିତ ମାସ ସୁଦ୍ଧା ନିୟମ ପାଳନ ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Odia Sign Boards Mandatory

ପୂର୍ବରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଥିଲା । ଏଥିନିମିତ୍ତ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଦ୍ବାରା ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି । ଏଯାବତ ରାଜ୍ୟର ପୌରାଞ୍ଚଳରେ ମୋଟ ୫୨,୦୦୦ ପଞ୍ଜୀକୃତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟରୁ ପ୍ରାୟ ୪୭ ହଜାର ପ୍ରତିଷ୍ଠାନରେ ଓଡ଼ିଶାର ନାମଫଳକ ଲେଖାଯାଇଛି ।

ନାମଫଳକକୁ ନେଇ ରାଜନୀତି: ସେପଟେ ଓଡିଆରେ ନାମଫଳକ ଲେଖାଯିବାକୁ ନେଇ ବିରୋଧୀ ଓ ଶାସକ ଦଳ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି । ବିରୋଧୀ କହିଛନ୍ତି, ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ । ନିୟମକୁ ଲାଗୁ କରିବା ପାଇଁ ପ୍ରଶାସନିକ ସ୍ତରରେ ଯେଉଁଭଳି ଉଦ୍ୟମ ହେବା କଥା ତାହା ହେଉ ନାହିଁ ।

ଅନ୍ୟପଟେ ବିଜେଡି ବିଧାୟକ କହିଛନ୍ତି, ଆଇନକୁ ନିଜେ ନ ମାନିଲେ କଣ କରିବ କିଏ ? କାର୍ଯ୍ୟାନୁଷ୍ଠାନ ହୋଇଛି, କିନ୍ତୁ ଆଶାନୁରୂପକ ହୋଇନାହିଁ । ଆଗ ଓଡ଼ିଆ ଭାଷା ଲେଖିବା କଥା । ପରେ ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖିବା । ଆମେ ପ୍ରାୟତ ଦସ୍ତଖତ ଇଂରାଜୀରେ କରୁଛୁ , ଯେଉଁମାନେ ନିୟମ ମାନୁନାହାନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ଉଚିତ୍ ବୋଲି କହିଛି କହିଛି ବିଜେଡି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+