5G/6G ୱାୟାରଲେସ୍ ଯୋଗାଯୋଗ କ୍ଷେତ୍ରରେ ଓଡ଼ିଆ ପ୍ରଫେସରଙ୍କ ବଡ଼ ସଫଳତା

ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ସିଲଚର (NIT Silchar)ର ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ୍ ଇଞ୍ଜିନୀୟରିଙ୍ଗ୍ ବିଭାଗରେ କାର୍ଯ୍ୟରତ Assistant Professor ଡ଼ ପ୍ରବୀଣ ପଟ୍ଟନାୟକ 5G/6G ଯୋଗାଯୋଗ ପ୍ରଣାଳୀ ଉପରେ ଗବେଷଣାକରି ଏକ ବଡ଼ ସଫଳତା ଅର୍ଜନ କରିଛନ୍ତି । ତାଙ୍କର ଏହି ଗବେଷଣାର ଶୀର୍ଷକ "Development of Efficient Joint Antenna and User Scheduling Schemes for Massive MIMO Limited Feedback Broadcast Channels for 5G and Beyond Communication Systems"କୁ ଭାରତ ସରକାରଙ୍କ ଇଲେଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଦ୍ୱାରା ଅନୁଦାନ ମିଳିଥିଲା।

୨୦୨୧ରେ ଆରମ୍ଭ ହୋଇ ୨୦୨୫ରେ ସମାପ୍ତ ହୋଇଥିବା ଏହି ଗବେଷଣାଟି ଭବିଷ୍ୟତର ଇଲେଟ୍ରୋନିକ୍ସ ଯୋଗାଯୋଗ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ସନ୍ଧାନ ବହନ କରୁଛି । ଏହି ଗବେଷଣାଟି ଆଗାମୀଦିନର 6G ଟେକ୍ନୋଲୋଜିରେ ଆଣ୍ଟେନା ଚୟନ ଓ ୱାୟାରଲେସ ନେଟୱାର୍କରେ ସିଷ୍ଟମ କ୍ଷମତାବୃଦ୍ଧି କ୍ଷେତ୍ରରେ କେନ୍ଦ୍ରିତ ଥିଲା ।

Odia Professor from NIT Silchar

ଡ଼ ପଟ୍ଟନାୟକଙ୍କର ଏହି ଗବେଷଣାରେ "ସଫ୍ଟ କମ୍ପ୍ୟୁଟିଙ୍ଗ୍ ପ୍ରଣାଳୀ" ସଂଯୋଜିତ ହୋଇଛି, ଯାହା ଜଟିଳ ଚ୍ୟାନେଲ୍ ପରିବେଶରେ ଉନ୍ନତ କ୍ଷମତାର ନେଟୱର୍କ ସେବା ପ୍ରଦାନ କରିବା ପାଇଁ ଉଦ୍ୟମ କରେ। ଭବିଷ୍ୟତର ୬G ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏହି ଉଦ୍ଭାବନଟି ଏକ ଦୃଢ଼ ମୂଳଦୁଆ ରଖିବାସହ, MIMO ଆର୍କିଟେକ୍ଚର୍‌ ବିକାଶ ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ ବୋଲି ଆଶାକରାଯାଉଛି ।
ଦେଶର ପ୍ରମୁଖ ଶିକ୍ଷଣ ଓ ଗବେଷଣା ସଂସ୍ଥା ଯଥା IIT ଖଡ଼ଗପୁର, IIT କାନପୁର, IIT ହାଇଦ୍ରାବାଦର ଗବେଷକ, ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MietY)ର ଅଧିକାରୀ ଓ ଦେଶର କିଛି ପ୍ରମୁଖ କମ୍ପାନୀ ଗୁଡିକର ନିର୍ଦ୍ଦେଶକଙ୍କୁ ନେଇ ଗଠିତ ପ୍ରୋଜେକ୍ଟ ରିଭ୍ୟୁ ଷ୍ଟିଅରିଂ ଗ୍ରୁପ (PRSG) ଦ୍ୱାରା ଏହି ଗବେଷଣାଟି ପରୀକ୍ଷିତ ହେବା ସହ ଉଚ୍ଚ ପ୍ରଶଂସିତ ହୋଇଛି ।

ଏହି ପ୍ରକଳ୍ପକାଳୀନ ସମୟରେ ଡ଼ ପଟ୍ଟନାୟକ ୧୧ଟି ଅନ୍ତର୍ଜାତୀୟ ଜର୍ଣ୍ଣାଲ ପ୍ରକାଶ କରିବା ସହ ୯ ଟି ଅନ୍ତର୍ଜାତୀୟ ପେଟେଣ୍ଟ ମଧ୍ୟ କରିଛନ୍ତି ।

ପ୍ରକାଶ ଥାଉ କି ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ନିବାସୀ, ଡ଼ ପଟ୍ଟନାୟକଙ୍କର ଶିକ୍ଷାନୁସନ୍ଧାନ ଯାତ୍ରା ମଧ୍ୟ ପ୍ରେରଣାଦାୟକ ଅଟେ । ସେ M.Techରେ ସ୍ୱର୍ଣ୍ଣ ମେଡାଲ୍ ପାଇବା ସହ IIT Patnaରୁ ହାଇ ଭାଲ୍ୟୁ ଡକ୍ଟୋରାଲ୍ ଫେଲଶିପ ସହିତ Ph.D. କରିଥିଲେ। ୨୦୨୨ ମସିହାରେ NIT Silcharର "Distinguished Faculty" ସମ୍ମାନ ପାଇଥିବା ଡ଼ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏଯାବତ ଚାରିଜଣ ଗବେଷକ ସଫଳତାର ସହ Ph.D. କରିଥିବା ବେଳେ, ସେ ୮୦ରୁ ଅଧିକ ଆନ୍ତର୍ଜାତୀୟ ଜର୍ଣ୍ଣାଲ ପ୍ରକାଶ କରିଛନ୍ତି । ଡ଼ ପଟ୍ଟନାୟକଙ୍କୁ ତାଙ୍କର ଏହି ସଫଳତା ପାଇଁ ଅନେକ ଗବେଷକ ଅଭିନନ୍ଦନ ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+