ଏପ୍ରିଲ ୧ରୁ ପାଳନ ହେବ ଓଡ଼ିଆ ପକ୍ଷ , ସମସ୍ତ ବିଭାଗକୁ ଗଲା ଚିଠି

ଚଳିତ ବର୍ଷ ଧୁମଧାମରେ ଓଡ଼ିଆ ପକ୍ଷ ପାଳନ କରିବେ ମୋହନ ସରକାର । ଓଡ଼ିଶା ଦିବସ ଏପ୍ରିଲ ୧ ତାରିଖରୁ ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ ତାରିଖ ଯାଏଁ ସାରା ରାଜ୍ୟରେ ପାଳିତ ହେବ ଓଡ଼ିଆ ପକ୍ଷ । ଏନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଚିଠି ଲେଖାଯାଇଛି । ଓଡ଼ିଆ ପକ୍ଷରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ବିଭାଗ ସାମିଲ ହେବେ । ଏପ୍ରିଲ ପହିଲାରେ ଓଡ଼ିଶା ଦିବସ ପାଳନ ହେବ ।

mohan majhi

ଏଥିରେ ସୂଚନା ଓ ଲୋକ ସଂପର୍କ ବିଭାଗ ସହ ସମସ୍ତ ଜିଲ୍ଲାପାଳ ସାମିଲ ହେବେ । ଏପ୍ରିଲ ୨ ତାରିଖରେ ପାଳିତ ହେବ ଖଡ଼ିଛୁଆଁ ଦିବସ । ଏଥିରେ ସାମିଲ ହେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ ଅଧିକାରୀ । ଏହିକ୍ରମରେ ୧୨ ତାରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର ବରପୁତ୍ରମାନଙ୍କ ସଂପର୍କରେ ସାରା ରାଜ୍ୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ।

ଏପ୍ରିଲ ୧୩ ତାରିଖରେ ପଞ୍ଚାୟତିରାଜ ବିଭାଗ, ସହରାଞ୍ଚଳ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ହେବ ପାରମ୍ପରିକ ଖାଦ୍ୟ ଦିବସ ପାଳନ । ଏପ୍ରିଲ ୧୪ରେ ଓଡ଼ିଆ ନବବର୍ଷ ପାଳିତ ହେବ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୁଳୁହୁଳି, ଝୋଟି, ଚିତା, ମୁରୁଜ, ପିଠାପଣା ପ୍ରତିଯୋଗିତା ଅନୁଷ୍ଠିତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+