ଓଡ଼ିଆ ପକ୍ଷ-୨୦୨୫: ରାଜ୍ୟରେ ରକ୍ତଦାନ ଆନ୍ଦୋଳନକୁ ସଫଳ କରିବା
ଓଡ଼ିଆ ପକ୍ଷ-୨୦୨୫ ପାଳନ କରୁଛନ୍ତି ରାଜ୍ୟ ସରକାର । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱେଚ୍ଛାକୃତ ରକ୍ତଦାନ କରି ଅନ୍ୟକୁ ଜୀବନ ଦାନ କରିବା ଏବଂ ରାଜ୍ୟରେ ରକ୍ତଦାନ ଆନ୍ଦୋଳନକୁ ସଫଳ କରିବା।
ରକ୍ତଦାନ ଜୀବନ ଦାନ। ରକ୍ତ ବିନା ମଣିଷ ବଞ୍ଚପାରିବ ନାହିଁ। ଆଜି ପର୍ଯ୍ୟନ୍ତ କୃତ୍ରିମ ଉପାୟରେ ରକ୍ତ ତିଆରି କରାଯାଇ ପାରିନାହିଁ । ଏଥ୍ ପାଇଁ ସ୍ୱେଚ୍ଛାକୃତ ରକ୍ତଦାନର ଆବଶ୍ୟକତା ରହିଛି। ଜଣେ ସୁସ୍ଥ ବ୍ୟକ୍ତି ରକ୍ତଦାନ କଲେ ସେହି ରକ୍ତ ଅନ୍ୟ ଜଣେ ବ୍ୟବହାର କରି ବଞ୍ଚିପାରିବ । ସମସ୍ତ ସେଚ୍ଛାକୃତ ରକ୍ତଦାତା ମାନଙ୍କୁ ମୋର ସ୍ନେହ ଓ ଶ୍ରଦ୍ଧା ଜଣାଇବା ସହ ସେମାନଙ୍କ ଦୀର୍ଘଜୀବନ କାମନା କରୁଅଛି । ରକ୍ତଦାନ ପରି ଏକ ମହାନ୍ କାର୍ଯ୍ୟରେ ସାମିଲ୍ ହୋଇ ଏହି ପରମ୍ପରାକୁ ଆଗେଇ ନେଉଥିବା ପ୍ରତ୍ୟେକ ଭାଇଭଉଣୀ ମାନଙ୍କୁ ଶୁଭେଚ୍ଛା ଜଣାଉଛି ।

ଓଡ଼ିଆ ପକ୍ଷ ପାଳନ ଅବସରରେ ଆସନ୍ତୁ, ସେଚ୍ଛାକୃତ ରକ୍ତଦାନ କରି ଅନ୍ୟକୁ ଜୀବନ ଦାନ କରିବା ଏବଂ ରାଜ୍ୟରେ ରକ୍ତଦାନ ଆନ୍ଦୋଳନକୁ ସଫଳ କରିବା ।
“ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସରରେ ଆସନ୍ତୁ, ସ୍ୱେଚ୍ଛାକୃତ ରକ୍ତଦାନ କରି ଅନ୍ୟକୁ ଜୀବନ ଦାନ କରିବା ଏବଂ ରାଜ୍ୟରେ ରକ୍ତଦାନ ଆନ୍ଦୋଳନକୁ ସଫଳ କରିବା।”- ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha#ଓଡ଼ିଶା #ଓଡ଼ିଆପକ୍ଷ #OdiaPakhya2025 pic.twitter.com/QtCRhdeDeL
— CMO Odisha (@CMO_Odisha) April 8, 2025












Click it and Unblock the Notifications