ଚଳିତ ବର୍ଷ ପଣା ସଂକ୍ରାନ୍ତି କେବେ ? ଓଡ଼ିଆ ନୂଆବର୍ଷ କେଉଁ ତାରିଖରେ ପଡ଼ିବ ?

ଓଡ଼ିଆ ନୂଆବର୍ଷ କେଉଁ ତାରିଖରେ ପଡ଼ିବ ? ଏହାକୁ ନେଇ ଦ୍ୱନ୍ଦ ଉପୁଜିଛି । ତେବେ ଏପ୍ରିଲ ୧୩ ନା ୧୪ ତାରିଖରେ ପଣା ସଂକ୍ରାନ୍ତି ପଡୁଛି ତାକୁ ନେଇ ଦ୍ଵନ୍ଦ ଉପୁଜିଛି । ଆଉ ଏହି ଦ୍ୱନ୍ଦ୍ୱ ଦୂର ପାଇଁ ଆସନ୍ତା ୧୨ ତାରିଖରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ବୈଠକ ଡକାଯାଇଛି । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରତୀକ ମହାବିଷୁବ ସଂକ୍ରାନ୍ତିକୁ ନେଇ ପଞ୍ଜିକା ଭିତରେ ରହିଥିବା ଏ ପାର୍ଥକ୍ୟ ସୃଷ୍ଟି କରିଛି ଦ୍ୱନ୍ଦ୍ୱ ।

ଗଣନାକାର ଓ ଜ୍ୟୋତିର୍ବିଦ୍‌ ମଧ୍ୟରେ ପଣା ସଂକ୍ରାନ୍ତି ନେଇ ସ୍ପଷ୍ଟତା ଆସିପାରୁନି। ରାଧାରମଣ ଓ କୋହିନୂର ପଞ୍ଜିକାରେ ଏପ୍ରିଲ ୧୪ ତାରିଖରେ ମହାବିଷୁବ ସଂକ୍ରାନ୍ତି ପଡୁଥିବା ଉଲ୍ଲେଖ ରହିଥିବା ବେଳେ ସାମନ୍ତ ଚନ୍ଦ୍ରଶେଖର ଏବଂ ବିରଜା ପଞ୍ଜିକାରେ ଏପ୍ରିଲ ୧୩ ତାରିଖ ଲେଖାଯାଇଛି ।

୨୦୨୪-୨୫ ପଞ୍ଜିକା ନିର୍ଦ୍ଧାରଣ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁକ୍ତିମଣ୍ଡପ ପଣ୍ଡିତ, ଜ୍ୟୋତିର୍ବିଦ, ଗଣନାକାର, ବରିଷ୍ଠ ସେବାୟତ, ତଢଉକରଣ ଓ ପରିଚାଳନା କମିଟି ସଦସ୍ୟ ଯୋଗ ଦେଇଥିଲେ । ତେବେ ପଣା ସଂକ୍ରାନ୍ତି ତାରିଖକୁ ନେଇ ସ୍ପଷ୍ଟ ହୋଇନି । ଫଳରେ ଆସନ୍ତା ୧୨ ତାରିଖକୁ ପୁଣି ଏହା ଉପରେ ଆଲୋଚନା ପାଇଁ ବୈଠକ ହେବ ।

odia new year

କୋହିନୂର ପଞ୍ଜିକା ଗଣନାକାର କୃଷ୍ଣପ୍ରସାଦ ମହାପାତ୍ର କହିଛନ୍ତି, ରାଧାରମଣ, କୋହିନୂର ଓ ବିଏନ୍‌ ତ୍ରିପାଠୀଙ୍କ ପଞ୍ଜିକାରେ ଏପ୍ରିଲ୍‌ ୧୪ ତାରିଖରେ ପଣା ସଂକ୍ରାନ୍ତି ରହିଛି। ବିରଜା ପଞ୍ଜିକା ଗଣନାକାର ଭାଗବତ ପ୍ରସାଦ ମହାପାତ୍ର କହିଛନ୍ତି, ଯେହେତୁ ମଧ୍ୟ ରାତି ପୂର୍ବରୁ ରବି ଚଳଣ ହୋଇଛି, ତେଣୁ ଆମ ପଞ୍ଜିକାରେ ୧୩ ତାରିଖରେ ପଣା ସଂକ୍ରାନ୍ତି ପଡୁଛି ।

ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଗଣନାକାର ବୈକୁଣ୍ଠ ନାଥ ନାୟକ କହିଛନ୍ତି, ଭାରତ ସରକାରଙ୍କ ପାଞ୍ଜିରେ ୧୩ ତାରିଖ ରାତି ୯ଟା ୪ରେ ସୂର୍ଯ୍ୟ ମେଷ ରାଶିକୁ ଯିବେ । ସେହିପରି ରାଧାରମଣ ପଞ୍ଜିକା ଗଣନାକାର ସଞ୍ଜୟ ଶତପଥୀ କହିଛନ୍ତି, ମୀନ ମାସ ଭୋଗ ରବିଙ୍କର ୩୧ ଦିନ ପଡ଼ିଛି। ସେହି ଦୃଷ୍ଟିରୁ ଗୋଟିଏ ଦିନ ଯେହେତୁ ସେପଟେ ବଢ଼ିଲା, ସେଥିପାଇଁ ଆମର ୧୪ ତାରିଖରେ ପଡ଼ିବ। ଆମେ ତାକୁ ସିଦ୍ଧ କରୁଛୁ ବୋଲି ଶ୍ରୀ ଶତପଥୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+