Odia New Year: କେମିତି କଟିବ ନୂତନ ବର୍ଷ, କ'ଣ କହୁଛି ନୂଆ ପଞ୍ଜିକା ?

ପଣା ସଂକ୍ରାନ୍ତି ତଥା ବିଷୁବ ସଂକ୍ରାନ୍ତି ଠାରୁ ଓଡିଆ ନବ ବର୍ଷ ଆରମ୍ଭ ହୋଇଛି । ପ୍ରକାଶ ପାଇଛି ଚଳିତ ବର୍ଷର ନୂଆ ପାଞ୍ଜି ।

ସୌରମାସ ଗଣନା ଅନୁସାରେ ସୋମବାର ମହାବିଷୁବ ସଂକ୍ରାନ୍ତିରୁ ରାଜ୍ୟରେ ନୂଆ ବର୍ଷ ଆରମ୍ଭ ହୋଇଥିବା ବେଳେ, କେମିତି କଟିବ ଏହି ନୂତନ ଓଡିଆ ବର୍ଷ ସେନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଭରି ରହିଛି ।

ତେବେ ଚାଲନ୍ତୁ କିଭଳି ରହିବ ପାଣିପାଗ ? କେମିତି ରହିବ ରାଜ୍ୟର ସ୍ଥିତି? ଚାଷବାସ, ରାଜନୈତିକ ଦୃଶ୍ୟପଟ୍ଟ, ରାଜ୍ୟର ସ୍ୱାସ୍ଥ୍ୟ କିଭଳି କଟିବ ? ତେବେ ଏନେଇ ନୂଆ ପଞ୍ଜିକାରେ କ'ଣ ରହିଛି ଆସନ୍ତୁ ଜାଣିବା ।

Odia New Year

ତେବେ ନୂଆ ପଞ୍ଜିକା ଗଣନା ଅନୁସାରେ, ଚଳିତ ବର୍ଷ ରାଜ୍ୟରେ ସମୟୋପଯୋଗୀ ବୃଷ୍ଟିପାତ ଓ ଉତ୍ତମ ଫସଲ ଉତ୍ପାଦନ ହେବ । ମାତ୍ର ଶନିଙ୍କ ଅବସ୍ଥିତି ଯୋଗୁଁ ରାଜ୍ୟରେ ବନ୍ୟା ଓ ବାତ୍ୟା ଭୟ, ପାରସ୍ପରିକ କଳହ, ଭୂକମ୍ପ ଆଶଙ୍କା ରହିଛି ।

ଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ଲଘୁଚାପଜନିତ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ସେହିପରି ମଙ୍ଗଳଙ୍କ ଅବସ୍ଥିତି ଯୋଗୁଁ ରାଜା ଓ ପ୍ରଜାଙ୍କ ମଧ୍ୟରେ ଅବିଶ୍ଵାସର ବାତାବରଣ ସୃଷ୍ଟି ହୋଇପାରେ ।

ଏଥିସହିତ ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ରହିବ । ବିରୋଧୀ ଦଳର ବହୁ ନେତା ଦଳ ବଦଳେଇବେ । ଏ ବର୍ଷ ୪ଥର ପଞ୍ଚଗ୍ରହକୂଟ ଥିବାରୁ ବାରମ୍ବାର ରାସ୍ତା ଦୁର୍ଘଟଣା, ବ୍ୟୋମଯାନ ଦୁର୍ଘଟଣା, ଚୋରି, ଡକାୟତି ଓ ହିଂସା ଯୋଗୁ ଧନଜୀବନ ହାନିର ସମ୍ଭାବନା ରହିଛି ।

ପାଞ୍ଜି ଗଣନାରେ ରାଜ୍ୟର ସ୍ବାସ୍ଥ୍ୟ କଥା କହିବାକୁ ଗଲେ, ଚଳିତ ବର୍ଷ ଶେଷାର୍ଦ୍ଧରେ ଅର୍ଥାତ୍ ନଭେମ୍ବର ଶେଷ ଆଡ଼କୁ ସଂକ୍ରାମକ ରୋଗ ସ୍ଥିତି ବଢ଼ିପାରେ । ତେବେ ସ୍ଥିତି ଅତ୍ୟନ୍ତ ଭୟାବହ ନହେଲେ ମଧ୍ୟ, ଏହା ସରକାଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିବ । ଆଉ ଲୋକମାନେ ବି ହନ୍ତସନ୍ତ ହେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+