ଟ୍ରେନରେ ଓଡ଼ିଆ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ନିକଟରେ ଜଣେ ଯୁବତୀଙ୍କୁ ଟ୍ରେନ ଭିତରେ ଦୁଷ୍କର୍ମ ଉଦ୍ୟମ କରାଯିବା ଫଳରେ ସେ ଚଳନ୍ତା ଟ୍ରେନରୁ ଡେଇଁବାକୁ ବାଧ୍ୟ ହୋଇଥିଲେ। ସୌଭାଗ୍ୟବଶତଃ ତାଙ୍କ ଜୀବନ ରକ୍ଷା ପାଇଯାଇଥିଲା। ଏବେ ପୁନର୍ବାର ଜଣେ ନାବାଳିକାଙ୍କୁ ଟ୍ରେନ ଭିତରେ ଦୁଷ୍କର୍ମ କରାଯାଇଛି। ଏହାର ଶିକାର ହୋଇଛନ୍ତି ଜଣେ ଓଡ଼ିଆ ନାବାଳିକା। ପୁଲିସ ବିହାରର ଅଭିଯୁକ୍ତ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି।

raped

ସୂଚନା ଅନୁସାରେ, ପୀଡ଼ିତା ଜଣକ ପରିବାର ସହିତ ସିକନ୍ଦରାବାଦ ଯାତ୍ରା କରୁଥିଲେ। ସେମାନେ ଶୀତତାପ ନିୟନ୍ତ୍ରିତ ବଗିରେ ରହିଥିଲେ। ବିହାରର ଜଣେ ଯୁବକ ସେହି ବଗିରେ ଯାତ୍ରା କରୁଥିଲେ। ଗୁରୁବାର ଭୋର ସମୟରେ ପୀଡ଼ିତାଙ୍କ ପରିବାର ଶୋଇପଡ଼ିଥିବାବେଳେ ସେ ଶୌଚାଳୟକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ଯୁବକ ତାଙ୍କ ପିଛା କରି ଶୌଚାଳୟ ଭିତରକୁ ବଳପୂର୍ବକ ପ୍ରବେଶ କରିଥିଲେ। ସେଠାରେ ସେ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିବା ସହ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଉତ୍ତୋଳନ କରିଥିଲେ। ଘଟଣା ବିଷୟରେ କାହାକୁ ନ ଜଣାଇବାକୁ ତାଙ୍କୁ ଧମକ ବି ଦେଇଥିଲେ। ନାବାଳିକା ଜଣକ ଶୌଚାଳୟରୁ ଆସିବା ପରେ ଗୁରୁବାର ସକାଳେ ପରିବାର ଲୋକଙ୍କୁ ସବୁ ଜଣାଇଥିଲେ। ତାଙ୍କ ବାପା ଅଭିଯୁକ୍ତ ଯୁବକଠାରୁ ମୋବାଇଲ ଫୋନ ଛଡ଼ାଇ ରଖିବା ସହିତ ପୁଲିସକୁ ଖବର ଦେଇଥିଲେ। ସିକନ୍ଦରାବାଦରେ ଟ୍ରେନ ପହଞ୍ଚିବା କ୍ଷଣି ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୨ ତାରିଖରେ ହାଇଦ୍ରାବାଦରେ ଏକ ଚଳନ୍ତା ଟ୍ରେନରେ ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା। ସେ ନିଜକୁ ରକ୍ଷା କରିବା ଲାଗି ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଥିଲେ। ବାରମ୍ବାର ଏପରି ଘଟଣା ଟ୍ରେନ ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+