ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହଗଣ ଦୁଷ୍କର୍ମ ଅଭିଯୋଗ ଘଟଣା; ୩ ଅଭିଯୁକ୍ତ ଗିରଫ

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହଗଣ ଦୁଷ୍କର୍ମ ଅଭିଯୋଗ ଘଟଣା।
୩ ଅଭିଯୁକ୍ତକୁ ଗିରଫ କଲା ଦୁର୍ଗାପୁର ଥାନା ପୋଲିସ । ଛାତ୍ରୀ ଦୁଷ୍କର୍ମ ଘଟଣାରେ ଅନ୍ୟ ୨ ଅଭିଯୁକ୍ତ ଫେରାର୍ ।

Odia medical student

ସୂଚନା ଅନୁଯାୟୀ, ଜଳେଶ୍ବର ଅଞ୍ଚଳର ପୀଡ଼ିତା କୋଲକାତାଠାରୁ ୧୭୦ କିଲୋମିଟର ଦୂରରେ ଅବସ୍ଥିତ ପଶ୍ଚିମବଙ୍ଗର ସବୁଠାରୁ ବଡ଼ ଶିଳ୍ପହବ୍ ଦୁର୍ଗାପୁରର ଶୋଭାପୁର ନିକଟସ୍ଥ ଘରୋଇ ଆଇକ୍ୟୁ ସିଟି ମେଡିକାଲ୍ କଲେଜରେ ଏମ୍‌ବିବିଏସ୍ ପଢ଼ୁଛନ୍ତି। ୧୦ ତାରିଖ ରାତି ସାଢ଼େ ୮ ସମୟରେ ଜଣେ ପୁରୁଷବନ୍ଧୁ ତାଙ୍କୁ କଲେଜ ଫାଟକ ନିକଟରେ ଥିବା ଷ୍ଟଲ୍‌କୁ ଗୁପ୍‌ଚୁପ୍‌ ଖାଇବାକୁ ଡାକିଥିଲେ। ଏହାପରେ, ପୁରୁଷବନ୍ଧୁ ଜଣକ ତାଙ୍କୁ ଆଗକୁ ଆଉକିଛି ବାଟ ଯିବା ପାଇଁ କହିଥିଲେ। ଉଭୟ କଲେଜକୁ ସଂଯୋଗ କରୁଥିବା ଜଙ୍ଗଲ ରାସ୍ତାରେ ୩ ଶହ ମିଟର ଚାଲିଚାଲି ଯାଇଥିଲେ। ଏହି ସମୟରେ କିଛି ଯୁବକ ସେମାନଙ୍କ ପିଛା କରୁଥିଲେ। ହଠାତ୍‌ ପୁରୁଷ ବନ୍ଧୁ ଜଣକ ଜଙ୍ଗଲ ଭିତରକୁ ଦୌଡ଼ିଥିଲେ। ଏହି ସମୟରେ ପିଛା କରୁଥିବା ଯୁବକମାନେ ପୀଡ଼ିତାଙ୍କୁ ଘଞ୍ଚ ଜଙ୍ଗଲ ଭିତରକୁ ଟେକିନେଇ ଦୁଷ୍କର୍ମ କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପୀଡ଼ିତାଙ୍କୁ ମେଡିକାଲ କଲେଜ ଆଇସିୟୁରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଦୁର୍ଗାପୁର ପୁଲିସ ପହଞ୍ଚି ତଦନ୍ତ କରୁଛି। ପୁଲିସ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିବା ସହ ସେହି ଅଞ୍ଚଳର ଭିଡିଓଗ୍ରାଫି କରିଛି। ପୁଲିସ ମେଡିକାଲ କଲେଜର କର୍ମଚାରୀ ଏବଂ ପୀଡ଼ିତାଙ୍କ ବନ୍ଧୁ ସମେତ ଅନ୍ୟ ବ୍ୟକ୍ତିଙ୍କୁ ପଚରାଉଚରା ଆରମ୍ଭ କରିଛି। ପୀଡ଼ିତା ମାନସିକ ଓ ଶାରୀରିକ ଭାବେ ଆଘାତ ପାଇଥିବାରୁ ସେ ସାମାନ୍ୟ ସୁସ୍ଥ ଅନୁଭବ କଲାପରେ ବୟାନ ରେକର୍ଡ କରାଯିବ ବୋଲି ପଶ୍ଚିମବଙ୍ଗ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଏହି ଘଟଣାକୁ ନେଇ ମେଡିକାଲ କଲେଜ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଛାତ୍ରୀଜଣଙ୍କ ରାତି ସମୟରେ କିପରି ଓ କେଉଁ ପରିସ୍ଥିତିରେ ବାହାରକୁ ଗଲେ ବୋଲି ତାଙ୍କ ବାପାମା'ଙ୍କ ସହ କଲେଜର ଛାତ୍ରଛାତ୍ରୀ ମଧ୍ୟ ପ୍ରଶ୍ନ କରିଛନ୍ତି। ଆଜି ଦିନତମାମ ଦୁର୍ଗାପୁର ମେଡିକାଲ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ମାମଲାରେ ପୁଲିସ ଜଣକୁ ଅଟକ ରଖିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଜାତୀୟ ମହିଳା କମିସନର ସଦସ୍ୟା ଅର୍ଚ୍ଚନା ମଜୁମଦାର ପୀଡ଼ିତାଙ୍କୁ ଭେଟିଛନ୍ତି। ପଶ୍ଚିମବଙ୍ଗ ସରକାର ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏକ ୯ ଜଣିଆ ସ୍ପେସାଲ୍ ଇନ୍‌ଭେଷ୍ଟିଗେସନ୍‌ ଟିମ୍ (ଏସ୍‌ଆଇଟି) ଗଠନ କରିଛନ୍ତି। ଛାତ୍ରୀଙ୍କ ବାପାମା' ଗତକାଲି ରାତିରେ ଦୁର୍ଗାପୁରରେ ପହଞ୍ଚି ଝିଅ ପାଖରେ ରହିଛନ୍ତି।

ପୀଡ଼ିତାଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କ ଝିଅର ସାଙ୍ଗ ତାଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ। ସେଠାରେ ପହଞ୍ଚିବା ବେଳକୁ ମୋ ଝିଅର ଅବସ୍ଥା ଗୁରୁତର ଥିଲା ଏବଂ ଡାକ୍ତରଖାନା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲା। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ପୀଡ଼ିତା ଓ ତାଙ୍କର ଜଣେ ସାଥୀ କ୍ୟାମ୍ପସ ଗେଟ୍ ପାଖରେ ପହଞ୍ଚିଥିଲେ, ସେଠାରେ ପ୍ରାୟ ଚାରିରୁ ପାଞ୍ଚ ଜଣ ଯୁବକ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଏକ ଅନ୍ଧାରିଆ ସ୍ଥାନକୁ ଟାଣିନେଇ ଦୁଷ୍କର୍ମ କରିବା ସହ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ। ଫେରସ୍ତ କରିବାକୁ ୩,୦୦୦ ଟଙ୍କା ମାଗିଥିଲେ। କ୍ୟାମ୍ପସ୍‌ରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗ ଡାକ୍ତର ସାମ୍ମୁଖ୍ୟ (ଡବ୍ଲ୍ୟୁବିଡିଏଫ୍) ଡାକ୍ତରୀ ଛାତ୍ରୀଙ୍କ ଗଣଦୁଷ୍କର୍ମ ଘଟଣାକୁ ତୀବ୍ର ନିନ୍ଦା କରିଛି। ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି ଡବ୍ଲ୍ୟୁବିଡିଏଫ୍ କହିଛି ଯେ ଭାରତର ପ୍ରଧାନ ବିଚାରପତି ଏହି ମାମଲାକୁ ଗ୍ରହଣ କରି ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେବା ଉଚିତ। ପଶ୍ଚିମବଙ୍ଗର ମୁଖ୍ୟ ବିରୋଧୀ ବିଜେପି ମଧ୍ୟ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛି ଯେ ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ପଶ୍ଚିମବଙ୍ଗ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ। ଯେପର୍ଯ୍ୟନ୍ତ ତୃଣମୂଳ କଂଗ୍ରେସ ସରକାରଙ୍କୁ ଉତ୍ତରଦାୟୀ କରାଯିବ ନାହିଁ, ସାରା ରାଜ୍ୟରେ ମହିଳାମାନେ ଭୟଭୀତ ଅବସ୍ଥାରେ ବଞ୍ଚିବେ। ତେବେ ପଶ୍ଚିମବଙ୍ଗ ମନ୍ତ୍ରୀ ତଥା ତୃଣମୂଳ ନେତା ଶଶୀ ପଞ୍ଜା ବିଜେପିକୁ ଜବାବ ଦେଇ କହିଛନ୍ତି ଯେ, ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୀତିକରଣ କରିବା ଉଚିତ ନୁହେଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+