ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା; ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି।
ମହିଳା କମିଶନ ଅଧ୍ୟକ୍ଷାଙ୍କ ସମେତ ୩ ଜଣିଆ ଟିମ୍ ଦୁର୍ଗାପୁର ଗଲେ । ପୀଡ଼ିତା ଛାତ୍ରୀଙ୍କ ଚିକିତ୍ସା ସଂପର୍କରେ ପଚାରି ବୁଝିବୁ କହିଲେ।
ତଦନ୍ତର ଅଗ୍ରଗତି ନେଇ ପଶ୍ଚିମବଙ୍ଗ ଡିଜିପିଙ୍କ ସହ ଆଲୋଚନା କରିବୁ ।

Odia medical student gang-raped in West Bengal

ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଓଡ଼ିଆ ଏମ୍‌ବିବିଏସ୍‌ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । 'ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ, ସେମାନେ ନିଜକୁ ମଧ୍ୟ ସୁରକ୍ଷା ଦେବା ଦରକାର' ବୋଲି ମମତା କହିଛନ୍ତି । ଏଭଳି ବୟାନକୁ ବିଭିନ୍ନ ମହଲ କଡ଼ା ସମାଲୋଚନା କରିଛନ୍ତି । ସରକାରଙ୍କ ଏଭଳି ବେପରୁଆ ନୀତି ଯୋଗୁ ହିଁ ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢ଼ିଚାଲିଛି ବୋଲି ବିଜେପି କହିଛି । ଦୁର୍ଗାପୁରରେ ଆଜି ମଧ୍ୟ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରି ବିଭିନ୍ନ ଛାତ୍ର ସଂଗଠନ ରାସ୍ତାକୁ ଓହ୍ଲାଇଛନ୍ତି । ପୀଡ଼ିତା ଏବେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ପିତା ପଶ୍ଚିମବଙ୍ଗର ପୁଲିସ ବ୍ୟବସ୍ଥା ଉପରୁ ଆସ୍ଥା ହରାଇଛନ୍ତି । ସେ କହିଛନ୍ତି, 'ଏଠାରେ ଯେ କୌଣସି ସମୟରେ ମୋ ଝିଅର ଜୀବନ ଚାଲିଯାଇପାରେ । ଆମେ ତାଙ୍କୁ ଓଡ଼ିଶାକୁ ଫେରାଇ ନେବୁ, ସେ ଓଡ଼ିଶାରେ ପଢ଼ିବ।' ପରିବାର ପକ୍ଷରୁ ନ୍ୟୁ ଟାଉନ୍‌ସିପ ପୁଲିସ ଥାନାରେ ଏଫ୍‌ଆଇଆର୍‌ ଦାୟର କରାଯାଇଛି । ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି ।

ଏହି ମାମଲାରେ ଅଧିକ ଲୋକଙ୍କ ସମ୍ପୃକ୍ତି ଓ ପୀଡ଼ିତାଙ୍କ ବନ୍ଧୁଙ୍କ ଭୂମିକା ଯାଞ୍ଚ କରାଯାଉଛି । ମମତା ଆଜି ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ କହିଛନ୍ତି, ଏହି ଅପରାଧ ମାମଲାରେ କାହାରିକୁ ଛାଡ଼ାଯିବ ନାହିଁ । ଘରୋଇ କଲେଜର ବେପରୁଆ ସୁରକ୍ଷା ନୀତିକୁ ମଧ୍ୟ ମମତା ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସରକାରଙ୍କୁ ଅନୁଚିତ ଭାବେ ଟାର୍ଗେଟ୍ କରାଯାଉଥିବା ବୋଲି ସେ କହିଛନ୍ତି । ମମତା ଆଜି ଓଡ଼ିଶାର ଆଇନଶୃଙ୍ଖଳା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି ।

ପ୍ରାୟ ମାସକ ତଳେ ପୁରୀରେ ଘଟିଥିବା ଏକ ଗଣଦୁଷ୍କର୍ମ ମାମଲାକୁ ଉଲ୍ଲେଖ କରି ଓଡ଼ିଶା ସରକାର ଏହି ମାମଲାରେ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ମମତା ପ୍ରଶ୍ନ କରିଛନ୍ତି। ତେବେ ନିଜ ରାଜ୍ୟରେ ପୁଣି ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଯଥୋଚିତ ପଦକ୍ଷେପ ନେବା ବଦଳରେ ମମତା ରାଜନୈତିକ ବୟାନ ଦେଇ ସମ୍ବେଦନହୀନତାର ପ୍ରମାଣ ଦେଇଛନ୍ତି ବୋଲି ବିଜେପି ନେତା ସୁକାନ୍ତ ମଜୁମଦାର କହିଛନ୍ତି। ଏହି ଘଟଣାକୁ ନେଇ ଦୁର୍ଗାପୁରରେ ବିକ୍ଷୋଭ ଜାରି ରହିଛି। ଜନସାଧାରଣ ନ୍ୟାୟ ଓ ସୁରକ୍ଷା ଦାବି କରୁଛନ୍ତି। ସୋସିଆଲ ମିଡିଆରେ ମମତାଙ୍କ ମନ୍ତବ୍ୟ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏଭଳି ବୟାନକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ କେବଳ ମୋତେ ନୁହେଁ ପଶ୍ଚିମ ବଙ୍ଗଳାରେ ଥିବା ଚାରିକୋଟି ନବେ ଲକ୍ଷ ମହିଳାମାନଙ୍କୁ ଆଶ୍ଚର୍ଯ୍ୟ ଓ ଅପମାନିତ କରିଛି। ପୀଡ଼ିତାକୁ ନ୍ୟାୟ ଦେବା ବଦଳରେ ଲିଙ୍ଗଭିତ୍ତିକ ଅସମାନତା ଆଣିବା, ଝିଅମାନଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କର ନାହିଁ। ଆଉ ଯଦି ଓଡ଼ିଆ ଝିଅ ପୀଡ଼ିତା ବୋଲି ଦରଦ ନାହିଁ, ଓଡ଼ିଶା ସରକାରଙ୍କୁ ଲେଖି ଦିଅନ୍ତୁ। ଆମ ପିଲାଙ୍କ କଥା ତୁମ ରାଜ୍ୟରେ ବି ଆମେ ବୁଝିପାରିବୁ। ଲଜ୍ଜାବୋଧ ନ ରହିବା ଅତ୍ୟନ୍ତ ନିନ୍ଦନୀୟ। ମହିଳା ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଯଦି ସମବେଦନା, ସୁରକ୍ଷା, ଅଧିକାର ଝିଅମାନେ ଆଶା କରିବେନି, ତାହାହେଲେ କରିବେ କାହାଠାରୁ ?

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମହିଳାଙ୍କୁ ନିରାଶ କରିଛି ମମତା ବାନାର୍ଜୀଙ୍କ ଭଳି ଜଣେ ମହିଳା ନେତୃତ୍ୱ ଓ ଦିଦି ନାମରେ ପରିଚୟପ୍ରାପ୍ତ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ମୁଁହରୁ -"ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ ମନ୍ତବ୍ୟ। କେବଳ ମୋତେ ନୁହେଁ ପଶ୍ଚିମ ବଙ୍ଗଳାରେ ଥିବା ଚାରିକୋଟି ନବେ ଲକ୍ଷ ମହିଳାମାନଙ୍କୁ ଆଶ୍ଚର୍ଯ୍ୟ ଓ ଅପମାନିତ କରିଛି। ପୀଡ଼ିତାକୁ ନ୍ୟାୟ ଦେବା ବଦଳରେ ଲିଙ୍ଗଭିତ୍ତିକ ଅସମାନତା ଆଣିବା, ଝିଅମାନଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କର ନାହିଁ। ଆଉ ଯଦି ଓଡ଼ିଆ ଝିଅ ପୀଡ଼ିତା ବୋଲି ଦରଦ ନାହିଁ, ଓଡ଼ିଶା ସରକାରଙ୍କୁ ଲେଖି ଦିଅନ୍ତୁ। ଆମ ପିଲାଙ୍କ କଥା ତୁମ ରାଜ୍ୟରେ ବି ଆମେ ବୁଝିପାରିବୁ। ଲଜ୍ଜାବୋଧ ନ ରହିବା ଅତ୍ୟନ୍ତ ନିନ୍ଦନୀୟ। ମହିଳା ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଯଦି ସମବେଦନା, ସୁରକ୍ଷା, ଅଧିକାର ଝିଅମାନେ ଆଶା କରିବେନି, ତାହାହେଲେ କରିବେ କାହାଠାରୁ ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+