ପୁଣି ବିବାଦରେ ହ୍ୟୁମାନ ସାଗର: ଏହି କାରଣରୁ ଥାନାରେ ମାମାଲା ରୁଜୁ
Humane Sagar: ପୁଣି ବିବାଦରେ ହ୍ୟୁମାନ ସାଗର । ତାଙ୍କ ମ୍ୟାନେଜର ସାଗର ବେହେରା ଗୀତିକାର ପ୍ରମୋଦ ପରିଡ଼ାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଯାହାର ପରେ ଗଣ୍ଠଶିଳ୍ପୀ ଥାନାରେ ମାମଲା ମାଡ଼ ମାରିଥିବା ଅଭିଯୋଗରେ ଥାନାରେ ଏକ ମାମଲା ରୁଜୁ କରିଛନ୍ତି ।
ଖବର ଅନୁସାରେ, ହ୍ୟୁମାନ ସାଗରଙ୍କ ମ୍ୟାନେଜର ସାଗର ବେହେରା ନିଜ ସହଯୋଗୀଙ୍କ ସହ ମିଶି ଗୀତିକାର ପ୍ରମୋଦ ପରିଡ଼ାଙ୍କୁ ମାଡ଼ ମାରିଥିବା ନେଇ କଟକ ବାଦାମବାଡ଼ି ଥାନାରେ ଏକ ମାମଲା ରୁଜୁ ହୋଇଛି ।

ତେବେ ହ୍ୟୁମାନ ସାଗରଙ୍କ ବିରୋଧରେ ସୋସିଆଲ ମିଡିଆରେ ଲେଖୁଥିବା କାରଣରୁ ତାଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଇଛି ଏପରିକି ପ୍ରମୋଦ ପରିଡାଙ୍କ ଘରେ ପସି ତାଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ତେବେ ତାଙ୍କ ମୁଣ୍ତରେ ଆଘାତ ଲାଗିଥିବା ନେଇ ସୂଚନା ରହିଛି । ତେବେ ମାମଲା ରୁଜୁ ହେବା ପରେ ବାଦାମବାଡ଼ି ପୋଲିସ ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications