ଆଜି ପ୍ରକାଶ ପାଇବ ଓଡ଼ିଆ ଭାଷା ପରୀକ୍ଷାଫଳ
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଦ୍ୱିତୀୟ ଦଶମ ଷ୍ଟାଣ୍ଡାର୍ଡ ଏକକ ବିଷୟ ଓଡ଼ିଆ ଭାଷା ଏବଂ ଦ୍ୱିତୀୟ ଅର୍ଦ୍ଧ ବାର୍ଷିକ ଅଷ୍ଟମ ଷ୍ଟାଣ୍ଡାର୍ଡ ଓଡ଼ିଆ ଭାଷା ପରୀକ୍ଷା ୨୦୨୫ର ଫଳ ଜାନୁଆରୀ ୧୭ ତାରିଖ (ଶନିବାର) ଅପରାହ୍ନ ୨ଟାରେ ପ୍ରକାଶ ପାଇବ। ବୋର୍ଡ ଓ୍ବେବ୍ସାଇଟ୍ www.bseodisha.ac.inରେ ପରୀକ୍ଷା ଫଳ ସେହି ସମୟରୁ ଉପଲବ୍ଧ ହେବ। ଏଥିସହ ଅପରାହ୍ନ ୪ଟାରୁ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କ ଡିଜିଟାଲ ସାର୍ଟିଫିକେଟ ସେହି ଓ୍ବେବ୍ସାଇଟ୍ରୁ ମିଳିବ। ପରୀକ୍ଷାଫଳ ପ୍ରକାଶନ ତାରିଖଠାରୁ ମାସକ ପର୍ଯ୍ୟନ୍ତ ଡିଜିଟାଲ ସାର୍ଟିଫିକେଟ ଅନ୍ଲାଇନ୍ରେ ଉପଲବ୍ଧ ରହିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।













Click it and Unblock the Notifications