ଜମ୍ମୁ ଆତଙ୍କୀ ଆକ୍ରମଣ: ଚିକିତ୍ସିତ ହେଉଛନ୍ତି ଓଡ଼ିଆ ଯବାନ କାଳୀଚରଣ
ଆଙ୍କୋର : ଚିକିତ୍ସିତ ହେଉଛନ୍ତି ଓଡ଼ିଆ ପୁଅ କାଳୀଚରଣ। ନିକଟରେ କାଶ୍ମୀରର ପୁଞ୍ଜ ଆତଙ୍କବାଦୀ ହାମଲାରେ ଭାରତୀୟ ସେନାବାହିନୀର ଟ୍ରକ୍ ଧ୍ୱଂସ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ କାଳୀଚରଣ। ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ମନ୍ତ୍ରୀଡାହି ଗ୍ରାମର ପ୍ରତାପ ମହନ୍ତଙ୍କ ପୁଅ ହେଉଛନ୍ତି "କାଳୀଚରଣ ମହାନ୍ତ" । କାଳିଚରଣ ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି।
କାଳିଚରଣ ୨୦୧୪ ମସିହାରୁ ସେନାରେ ଡ୍ରାଇଭର ଭାବେ କାର୍ଯ୍ୟକରି ଦେଶ ମାତୃକାର ସେବା କରିଆସୁଛନ୍ତି । ସେଦିନ ମଧ୍ୟ ଆତଙ୍କବାଦୀଙ୍କ ଗ୍ରେନେଡ଼ ଆକ୍ରମଣର ଶିକାର ହୋଇଥିବା ଗାଡିଟିକୁ ସେ ହିଁ ଚଳାଉ ଥିଲେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ୫ ଜଣ ଯବାନ ଘଟଣାସ୍ଥଳରେ ସହିଦ ହୋଇଯାଇଥିବା ବେଳେ ଗାଡିଟି ଜଳି ଯାଇଥିଲା। ହେଲେ ଗୁରୁତର ଆଘାତପ୍ରାପ୍ତ ହୋଇ ଅଳ୍ପକେ ବର୍ତ୍ତିଯାଇଥିଲେ କାଳିଚରଣ । ସେ ଏବେ ସେନା ଶିବିରରେ ଚିକିତ୍ସିତ ଅଛନ୍ତି ।

ପରିବାର ଓ ସମ୍ପର୍କୀୟ ଲୋକଙ୍କ ସୂଚନା ଅନୁଯାଇ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ଠିକ ଅଛି ଓ ସେ ପରିବାରବର୍ଗଙ୍କ ସହିତ ନିୟମିତ ବ୍ୟବଧାନରେ କଥା ହୋଉଛନ୍ତି । ପ୍ରଥମେ ଘଟଣା ସମ୍ପର୍କରେ ଶୁଣି ଚିନ୍ତିତ ଥିବା ପରିବାରବର୍ଗ ଏବେ ଆଶ୍ୱସ୍ତ ଅଛନ୍ତି ।
ତେବେ ଆଉ ଜଣେ ଓଡ଼ିଆ ପୁଅ ଦେବାଶିଷ ବିଶ୍ୱାଳ ସେହି ୫ ଜଣଙ୍କ ମଧ୍ୟରେ ପ୍ରାଣ ହରାଇଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ପାଞ୍ଚ ଜଣ ଯବାନଙ୍କ ମଧ୍ୟରେ ହବିଲଦାର ମନଦୀପ ସିଂ, ଲାନ୍ସ ନାୟକ, ଓଡ଼ିଆ ପୁଅ ଦେବଶିଷ ବିଶ୍ୱାଳ, ଲାନ୍ସ ନାୟକ କୁଲୱନ୍ତ ସିଂହ, ସିପାହୀ ହରକୃଷ୍ଣ ସିଂହ ଏବଂ ସିପାହୀ ସେବକ ସିଂହ ଅଛନ୍ତି । ଏହି ଯବାନ ମାନେ ରାଷ୍ଟ୍ରିୟ ରାଇଫଲ ୟୁନିଟରେ ନିୟୋଜିତ ଥିଲେ ଏବଂ ଆତଙ୍କବାଦୀ ଅପରେସନରେ କାର୍ଯ୍ୟ କରୁଥିଲେ ।
ରିପୋର୍ଟ ଅନୁଯାୟୀ, ଏହି ଆତଙ୍କବାଦୀ ଆକ୍ରମଣରେ ଜୈଶ ର PAFF ନିଜକୁ ଦାୟୀ କରିଛି । PAFF ମୁଖପାତ୍ର ତନଭୀର ଅହମ୍ମଦ ଏହି ଆକ୍ରମଣ ପାଇଁ ସେମାନେ ଦାୟୀ ବୋଲି ଏକ ବିବୃତ୍ତିରେ କହିଛି । ଜାମ୍ମୁ କାଶ୍ମୀରରେ ହେବାକୁ ଥିବା ଜି -20 ବୈଠକକୁ ଟାର୍ଗେଟ କରାଯିବ ବୋଲି ସେ ଧମକ ଦେଇଛି ।












Click it and Unblock the Notifications