ଫାଙ୍କା ରାସ୍ତା ଆଉ ରୋମାଣ୍ଟିକ ପାଗ: ରିଲସ୍ କରୁଥିଲେ ଯବାନ, ହେଲେ ବାଡେଇ ଦେଲା ଟ୍ରକ୍
ପାଗ ଥିଲା ପୁରା ନିଆରା। ଫାଙ୍କା ରାସ୍ତା ଆଉ ରୋମାଣ୍ଟିକ ପାଗ। କିଏ ବା ରିଲସ ନ କରିବ । ରଣବୀର କପୁର ଓ ଅନୁଷ୍କା ଶର୍ମାଙ୍କ ଅଭିନୀତ ଲୋକ ପ୍ରିୟ ଗୀତ "ଚନା ମେରେୟା" ରେ ରିଲସ୍ କରୁଥିଲେ ଯବାନ ଜଣକ । ହେଲେ ଖୁସି ସହି ପାରିଲାନି କାଳ। ରିଲସ କରୁ କରୁ ରିଅଲ ଲାଇଫରେ ହାରିଗଲେ ଯବାନ।
ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଠାରେ ଏକ ଅଘଟଣ ଘଟିଥିଲା। ସଡ଼କ ଦୁର୍ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିଲା। ମୃତ ଯବାନ ଜଣକ ହେଲେ କୁଶରାଵ ଗ୍ରାମର ୨୫ ବର୍ଷୀୟ ଜିତେନ୍ଦ୍ର କୁମାର ପାଢୀ । ନିଜ ଟ୍ରେନିଂ ସାରି ପଞ୍ଜାବ ରେଫିରଜପୁର ସବନିଠାରେ ୧୩୬ ବାଟାଲିଅନରେ ସୀମା ସୁରକ୍ଷା ବଳର ଯବାନ ଭାବେ କର୍ଯ୍ୟରତ ଥିଲେ ।

ସେ ଗତ ଦୁଇ ବର୍ଷ ହେବ ସୀମା ସୁରକ୍ଷା ବଳରେ ପଞ୍ଜାବରେ କାଯ୍ୟ କରୁଥିଲେ। ସେ ଚଳିତ ମାସ ୬ ତାରିଖରେ ଗାଁକୁ ଛୁଟିରେ ଆସିଥିବା ବେଳେ ଆଜି ଏକ ସଡ଼କ ଦୁର୍ଘଟଣା ରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଋଷୁକୁଲ୍ୟା ନଦୀର ଶ୍ମଶାନ ଘାଟରେ ରାଷ୍ଟ୍ରୟ ମର୍ଯ୍ୟାଦା ସହ ତାଙ୍କୁ ତୋପ ସଲାମୀ ଦିଆଯାଇଛି। ଗତ ୨୬ ତାରିଖ ସନ୍ଧ୍ୟାରେ ସୋରଡ଼ାରୁ ନିଜ ଗାଁକୁ ବାଇକରେ ଫେରୁଥିବାବେଳେ ବସ୍ ଧକ୍କାରେ ପ୍ରାଣ ହରାଇଥିଲେ ବିଏସଏଫ ଯବାନ ଜିତେନ୍ଦ୍ର ।
ଆଜି ଜିତେନ୍ଦ୍ରଙ୍କ ଶବ ବ୍ୟବଛେଦ ପରେ ବିଏସଫ ଯବାନ ତାଙ୍କ ଘରେ ପହଞ୍ଚିଥିଲେ । ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।












Click it and Unblock the Notifications