ରାଷ୍ଟ୍ରପତି ଭବନ ଖାଦ୍ୟ ତାଲିକାରେ ସାମିଲ ହୋଇପାରେ ଓଡିଆ ଖାଦ୍ୟ

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ‌ଦ୍ରୌପଦୀ ମୁର୍ମୁ ଶପଥ ନେବା ପରଠାରୁ ରାଷ୍ଟ୍ରପତି ଭବନ ଖାଦ୍ୟ ତାଲିକା (ମେନୁ)ରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଓ ଆଦିବାସୀ ବ୍ୟଞ୍ଜନ ସାମିଲ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ନୂଆଦିଲ୍ଲୀ: ବଦଳିବ ରାଷ୍ଟ୍ରପତି ଭବନ ଖାଦ୍ୟ ତାଲିକା । ମେନ୍ୟୁରେ ସାମିଲ ହୋଇପାରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ‌ଦ୍ରୌପଦୀ ମୁର୍ମୁ ଶପଥ ନେବା ପରଠାରୁ ରାଷ୍ଟ୍ରପତି ଭବନ ଖାଦ୍ୟ ତାଲିକା (ମେନୁ)ରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଓ ଆଦିବାସୀ ବ୍ୟଞ୍ଜନ ସାମିଲ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

Draupadi Murmu

କାରଣ ପ୍ରତି ରାଷ୍ଟ୍ରପତିଙ୍କ ଅମଳରେ ସୋମାନଙ୍କ ରୁଚି, ବ୍ୟକ୍ତିଗତ ପସନ୍ଦ ଓ ସେମାନଙ୍କ ରାଜ୍ୟର ବ୍ୟଞ୍ଜନ ରାଷ୍ଟ୍ରପତି ଭବନ ପାକଶାଳାରେ ସ୍ଥାନ ପାଇଥାଏ । ଯାହାର ଏକାଧିକ ନଜିର ରହିଛି । ରାଷ୍ଟ୍ରପତି ଭବନରେ ଏଭଳି ଧାରା 1990ରୁ ଆରମ୍ଭ ହୋଇଥିଲା । ପୂର୍ବତନ ରାଷ୍ଟ୍ରପତି ଆର୍ ଭେଙ୍କଟରମଣଙ୍କ କାର୍ଯ୍ୟକାଳରେ ଦକ୍ଷିଣ ଭାରତୀୟ ଖାଦ୍ୟ ଇଡଲି ଓ ଉପମାକୁ ରାଷ୍ଟ୍ରପତି ଭବନର ନିୟମିତ ଖାଦ୍ୟ ତାଲିକାରେ ସ୍ଥାନ ପାଇଥିଲା। ତେଣୁ ରାଷ୍ଟ୍ରପତି ଭବନର ମେନ୍ୟୁରେ ଜଳଖିଆ, ଦ୍ୱିପହର ଓ ରାତି ଖାଇବାରେ ଖାସ୍ କରି ଓଡ଼ିଶା ଖାଦ୍ୟ ସ୍ଥାନ ପାଇବା ନେଇ ଚର୍ଚ୍ଚା ହେଉଛି ।

ରାଷ୍ଟ୍ରପତି ଭବନ ମେନୁରେ ବର୍ତ୍ତମାନ ସମୟରେ ବଙ୍ଗୀୟ ଓ ଦକ୍ଷିଣ ଭାରତର ସୁସ୍ୱାଦୁ ଖାଦ୍ୟ ରହିଥିବା ବେଳେ ନୂଆ ରାଷ୍ଟ୍ରପତିଙ୍କ ପାଇଁ ପାକଶାଳାର ମେନୁ ହୁଏତ ବଦଳିପାରେ । ଏଭଳି ସମ୍ଭାବନା କରିଛନ୍ତି ଖାଦ୍ୟ ପ୍ରେମୀ ।

ଅନ୍ୟପଟେ ଦେଶରେ ପାଖାପାଖି ୫୮୦ ଆଦିବାସୀ ଗୋଷ୍ଠୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କ ସ୍ୱତନ୍ତ୍ର ଖାଇବା ଷ୍ଟାଇଲ ରହିଛି । ସେମାନଙ୍କ ବ୍ୟଞ୍ଜନକୁ ବିଶେଷ ସ୍ୱୀକୃତି ମିଳିନାହିଁ । କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ଦ୍ୱାରା ପ୍ରତି ବର୍ଷ ଆୟୋଜନ କରାଯାଉଥିବା ମହୋତ୍ସବରେ ବ୍ୟଞ୍ଜନ ଗୁଡ଼ିକୁ ପ୍ରଦର୍ଶିତ କରାଯାଉଛି । ରାଷ୍ଟ୍ରପତି ଭବନରେ ଗଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସରେ ଆଟ୍ ହୋମ୍ ବନ୍ଧୁମିଳନର ଆୟୋଜନ କରାଯାଇଥାଏ । ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଏଥିରେ ନିମନ୍ତ୍ରଣ କରାଯାଇଥାଏ । ରାଷ୍ଟ୍ରପତି ଭବନ ମେନ୍ୟୁରେ ଓଡ଼ିଶାର କୌଣସି ଆଇଟମ୍ ନଥିବାରୁ ଏଥିରେ ଓଡ଼ିଆ ଖାଦ୍ୟକୁ ସାମିଲ କରାଯାଇପାରେ ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ନିରାମିଷାଶୀ । ପିଆଜ କିମ୍ବା ରସୁଣ ଖାଆନ୍ତି ନାହିଁ । ସେହିପରି ଶ୍ରୀମତି ମୁର୍ମୁ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହୋଇଥିବାରୁ ରାଷ୍ଟ୍ରପତି ଭବନ ଡାଇନିଂ ଟେବୁଲରେ ଆଦିବାସୀ ବ୍ୟଞ୍ଜନକୁ ମଧ୍ୟ ମର୍ଯ୍ୟାଦା ମିଳିପାରେ । ଏହାର ମଧ୍ୟ ସମ୍ଭାବନା ରହିଛି ।

ବର୍ତ୍ତମାନ ରାଷ୍ଟ୍ରପତି ଭବନରେ ମିରାମିଷ ଭୋଜନର ବିଶେଷ ପ୍ରଚଳନ ରହିଛି । ଯେଉଁଥିରେ ସୁଇଟକର୍ଣ୍ଣ, ଭେଜିଟେବୁଲ ସୁପ୍ , ପାଲକ ପନିର୍ , ଦାଲ୍, ଅରହର ତଡକା,ଗୋବି ଗାଜର ବିନ୍ସ, ମଲାଇ କୋଫତା, ଜିରା ପଲାଉ, ନାନ୍ , ଫ୍ରେସ ଗ୍ରୀନ ସାଲାଡ, ବୁନ୍ଦି ରାଇତା, କେଶର ରସ ମଲାଇ ତଥା ତାଜା ଫଳ ଆଦି ସାମିଲ ଅଛି ।

ରାଷ୍ଟ୍ରପତି ଭବନ ପକ୍ଷରୁ ଅତିଥିମାନଙ୍କୁ ସ୍ୱାଦିଷ୍ଟ ଜଳପାନରେ ମଧ୍ୟ ଅପ୍ୟାୟିତ କରାଯାଇଥାଏ । ଖାଦ୍ୟ ପାନୀୟ ତାଲିକାରେ ମେଦୁ ବରା, ସମୋସା, ଢୋକଲା, ଇମର୍ତ୍ତି, ସନ୍ଦେଶ ସାମିଲ ରହିଥିବାବେଳେ ଏଥିରେ ଓଡିଶାର କୌଣସି ଆଇଟମ ନାହିଁ । ରାଷ୍ଟ୍ରପତି ଭବନ ମେନୁରେ ସୁଇଟସ୍ ବର୍ଗରେ ଓଡିଶାର ଛେନା ପୋଡ ସ୍ଥାନ ପାଇବା ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+