ସିକନ୍ଦରାବାଦ ଅଗ୍ନିକାଣ୍ଡରେ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ
ତେଲେଙ୍ଗାନା ସିକନ୍ଦରାବାଦ ଠାରେ ଗତକାଲି (ସୋମବାର) ରାତିରେ ଇଲେକ୍ଟ୍ରିକ୍ ବାଇକ୍ ସୋ’ ରୁମ୍ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମୃତକଙ୍କ ମଧ୍ୟରେ ଓଡ଼ିଆ ଦମ୍ପତି ମଧ୍ୟ ଥିବା ନେଇ ସୂଚନା ମିଳିଛି ।
ହାଇଦ୍ରାବାଦ: ତେଲେଙ୍ଗାନା ସିକନ୍ଦରାବାଦ ଠାରେ ଗତକାଲି (ସୋମବାର) ରାତିରେ ଇଲେକ୍ଟ୍ରିକ୍ ବାଇକ୍ ସୋ' ରୁମ୍ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମୃତକଙ୍କ ମଧ୍ୟରେ ଓଡ଼ିଆ ଦମ୍ପତି ମଧ୍ୟ ଥିବା ନେଇ ସୂଚନା ମିଳିଛି ।

ମୃତ ଦମ୍ପତି କଟକ କାଫଲାବଜାରର ଚନ୍ଦନ ଜେଠୀ ଓ ସ୍ତ୍ରୀ ମିତାଲି ମହାପାତ୍ର ଜେଠୀ ବୋଲି ଜଣାପଡ଼ିଛି । ଓଡ଼ିଆ ଦମ୍ପତିଙ୍କ ମୃତଦେହ ଗାନ୍ଧୀ ହସ୍ପିଟାଲରେ ରହିଛି । ମୃତ ଦମ୍ପତିଙ୍କ ଘର କଟକ ବୋଲି ଜଣାପଡ଼ିଛି । ଉଭୟ ବର୍ଷେ ତଳେ ବିବାହ କରିଥିଲେ। ସେମାନେ ବେଙ୍ଗାଲୁରୁରେ ରହୁଥିଲେ। ଉଭୟ ଟ୍ରେନିଂ ପାଇଁ ସିକନ୍ଦରାବାଦ ଯାଇ ସେଠାରେ ଏକ ଲଜ୍ରେ ଥିବାବେଳେ ନିଆଁ ଲାଗିଥିଲା।
ଉଲ୍ଲେଖଯୋଗ୍ୟ ଯେ, ଗତକାଲି(ସୋମବାର) ବିଳମ୍ବିତ ରାତିରେ ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ଥିବା 'ରୁବି ଲଗ୍ଜରୀ ପ୍ରାଇଡ' ନାମକ ଲଜ୍ରେ ଏହି ନିଆଁ ଲାଗିଥିଲା। ଏଥିରେ ଶ୍ବାସରୁଦ୍ଧ ହୋଇ ୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ଗାଡ଼ି ଚାର୍ଜିଂ ପଏଣ୍ଟରେ ସର୍ଟ ସର୍କିଟ୍ ପରେ ଏକ ବ୍ୟାଟେରୀ ଫାଟି ଯାଇଥିଲା । ଯାହାଫଳରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ବେଳେ ବିଲ୍ଡିଂରେ ୨୫ ଜଣ ଲୋକ ରହିଥିଲେ । ଅଗ୍ନିକାଣ୍ଡ ବେଳେ ବଲ୍ଡିଂର ବେସ୍ମେଣ୍ଟ୍ରେ ୪୦ଟି ଇଲେକ୍ଟ୍ରିକ୍ ଗାଡ଼ି, ୪ଟି ବ୍ୟବସାୟିକ ସିଲିଣ୍ଡର, ଗୋଟିଏ ଜେନେରେଟର ରହିଥିଲା ।












Click it and Unblock the Notifications