Get Updates
Get notified of breaking news, exclusive insights, and must-see stories!

ନୂଆ କୀର୍ତ୍ତମାନ କଲା ଓଡ଼ିଆ ସିନେମା କର୍ମ; ୫ ଦିନରେ ୨.୨୧ କୋଟି, ସିନେମା ହଲରୁ ଭସାଣି ଚିରିଙ୍ଗ ଚିରିଙ୍ଗ

ଚିରିଙ୍ଗ ଚିରିଙ୍ଗ । ଆଜ୍ଞା ହଁ କେବଳ ଓଡ଼ିଶା ନୂଆ ସାରା ଦେଶର ବିଭିନ୍ନ ସିନେମା ହଲରେ କେବଳ ଚିରିଙ୍ଗ ଚିରିଙ୍ଗ । ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସିନେମା ' କର୍ମ ' ଦିନକୁ ଦିନ ନୂଆ ରେକର୍ଡ କରୁଛି। ପୂଜା ବଜାରରେ ସବୁ ଚଳଚ୍ଛିତ୍ରକୁ ପଛରେ ପକାଇ କର୍ମ ଏବେ ନୂଆ ରେକର୍ଡ଼ କରିଛି । ଅନୁଭବ ମହାନ୍ତି ଓ ସୂର୍ଯ୍ୟମୟୀଙ୍କୁ ଏକାଠି ଦେଖିବାକୁ ମିଳିଛି ।

ରିଲିଜ୍‌ର ପ୍ରଥମ ଦିନରେ ଫିଲ୍ମଟି ୩୭ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ କରିଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି, ଯାହା ଓଡ଼ିଆ ଫିଲ୍ମର ଇତିହାସରେ ଏକ ସର୍ବକାଳୀନ ରେକର୍ଡ ଏହାପର ଦିନ ଅର୍ଥାତ୍ ଗୁରୁବାର ୩୮.୧ ଲକ୍ଷ , ଶୁକ୍ରବାର ୪୦.୩, ଶନିବାର ୪୮.୯ ଓ ରବିବାର ୫୬.୭ ଲକ୍ଷ ଟଙ୍କାର ବ୍ୟବସାୟ କରିଛି । ଏପରି ମାତ୍ର ୫ ଦିନରେ କର୍ମ ୨.୨୧ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାଯାଇଛି ।

odia cinema karma

ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ 'କର୍ମ' ପ୍ରଥମ ଦିନରୁ ହିଁ ଜବରଦସ୍ତ ବ୍ୟାବସାୟିକ ସଫଳତା ହାସଲ କରିଛି। ଏହାପରେ ବି ଏହାର କ୍ରେଜ୍ ବଢିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ରେକର୍ଡ ବି କରିବାରେ ଲାଗିଛି। ଓଡ଼ିଶା ବାହାରେ ମଧ୍ୟ ଅର୍ଥାତ୍‌ ଶୁକ୍ରବାରରେ ପୁନେ, ଦିଲ୍ଲୀ, ବେଙ୍ଗାଲୁରୁ ଓ ମୁମ୍ବାଇରେ ରିଲିଜ୍‌ ହୋଇଛି।

'କର୍ମ'ରେ ଅନୁଭବ ମହାନ୍ତି, ସୂର୍ଯ୍ୟମୟୀ, ମନ୍ମୟ, ଦିବ୍ୟାଦିଶା, ସନୋଜ, ନିଶାନ୍ତ ମଜିଠିଆ ଓ ଉଦିତ ଗୁରୁ ପ୍ରମୁଖ ଅଭିନୟ କରିଛନ୍ତି। ଆଶିଷ ପ୍ରଧାନ ଏହାର ସଙ୍ଗୀତକାର। ମାନସ ପଢ଼ିଆରି ଏହାର ସଂଳାପ ଲେଖକ। ଦୀପକ କୁମାର ଏହାର ସିନେମାଟୋଗ୍ରାଫର୍।ଓଡ଼ିଆ ସିନେମାକୁ ନେଇ ଦର୍ଶକଙ୍କ ଅନେକ ଅଭିଯୋଗ ରହି ଆସିଥିଲା । ଏପରି ଅଭିଯୋଗକୁ ଆଗକୁ ଦୂର କରିବା ପ୍ରୟାସ ଚାଲିଛି ବୋଲି କର୍ମ ଟିମ୍ କହିଛନ୍ତି ।

କେବଳ ଏତିକି ନୁହେଁ କର୍ମ ରିଲିଜ ପରେ ସୋସିଆଲ ମିଡିଆ ଇନଫ୍ଲୁଏନସର୍ସ ମାନେ ବି କର୍ମର ରିଭ୍ୟୁ କରିଛନ୍ତି । ପ୍ରତିଟି କଳାକାରଙ୍କ ଅଭିନୟ କୁ ପ୍ରଂଶସା କରାଯିବା ସହ କାହାଣୀକୁ ମିଳିଛି ଜବରଦସ୍ତ ମାର୍କ। କାହାଣୀ ସହ ସିନେମାଟୋଗ୍ରାଫିକୁ ବେଶ୍ ପସନ୍ଦ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+