ଇତିହାସ ରଚିଲା ଓଡ଼ିଆ ସିନେମା: ମହାମହିମ ରାଷ୍ଟ୍ରପତି ଦେଖିଲେ ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
ଓଡିଆ ସିନେମା ପାଇଁ ଗର୍ବ ଏବଂ ଗୌରବର ମୁହୂର୍ତ୍ତ । ମହାମହିମ ରାଷ୍ଟ୍ରପତି ଦେଖିଲେ ମହାପ୍ରଭୁଙ୍କ ନବକଳେବରର କାହାଣୀ । ଶ୍ରୀ ଜଗନ୍ନାଥଙ୍କ ନବକଳେବର ନେଇ ନିର୍ମିତ ହୋଇଥିବା ଓଡ଼ିଆ ସିନେମା 'ଶ୍ରୀ ଜଗନ୍ନାଥଙ୍କ ନବକଳେବର' ଦେଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନର କଲଚୁରାଲ ସେଣ୍ଟରରେ ସିନେମା ଦେଖିଲେ ମହାମହିମ ।
ସିନେମା ଜରିଆରେ ୧୫୭୫ ମସିହାରେ ହୋଇଥିବା ନବକଳେବର ବାବଦରେ ବିସ୍ତୃତ କଥାବସ୍ତୁ ରହିଛି । ଏହି ସିନେମାରେ ମଲ୍ଟି ଷ୍ଟାର କାଷ୍ଟ ରହିଛନ୍ତି । ଅଭିନେତା ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ, ଅଶ୍ରୁମୋଚନ, ଶ୍ରୀତମ ଦାସ, ଜ୍ୟୋତିରଞ୍ଜନ ନାୟକ, ପିଙ୍କି ପ୍ରଧାନ ଶିବାନୀଙ୍କ ସମେତ ଆହୁରି ଅନେକ କଳାକାର କାମ କରିଥିବା ବେଳେ ସିନେମାଟି ଓଡିଶାରେ ବେଶ୍ ପ୍ରଶଂସା ସାଉଁଟୁଛି ।

ଏହି ଭକ୍ତିପୂର୍ଣ୍ଣ ଏବଂ ଐତିହାସିକ ଚଳଚ୍ଚିତ୍ରଟି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ନବକଳେବର ରୀତିନୀତି ଉପରେ ଆଧାରିତ ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ସହ ସିନେମା ଦେଖିଥିଲେ ପୂରା ନବକଳେବର ଟିମ୍ । ଫିଲ୍ମର ନିର୍ଦ୍ଦେଶକଙ୍କ ସହ ଚଳଚ୍ଚିତ୍ରର କଳାକାରମାନେ ଏବଂ ଅନ୍ୟ ସଦସ୍ୟ ସାମିଲ ଥିଲେ ।
ରଥଯାତ୍ରା ସମୟରେ ବହୁ ପ୍ରତୀକ୍ଷା ଅନ୍ତ ଘଟାଇ ରିଲିଜ ହୋଇଥିଲା ସିନେମା ଶ୍ରୀ ଜଗନ୍ନାଥଙ୍କ ନବକଳେବର । ଏହି ଅବସରରେ ମହାପ୍ରଭୁଙ୍କ ଲୀଳା ଦେଖିବାର ସୁଯୋଗ ପାଇଥିଲେ ଜଗନ୍ନାଥପ୍ରେମୀ । ତେବେ ଏହି ସିନେମା ଜରିଆରେ ଦାରୁ ବିଗ୍ରହଙ୍କ ବ୍ରହ୍ମ ପରିବର୍ତ୍ତନ ଓ କଳାପାହାଡ଼କୁ ନେଇ ଲିଖିତ ଇତିହାସକୁ ପାଖରୁ ଦେଖିବାକୁ ପାଇଛନ୍ତି ଦର୍ଶକ । ଆଗାମୀ ପିଢ଼ି ନିକଟରେ ଏସବୁକୁ ସନ୍ତକ ଭାବେ ରଖିବାର ଲକ୍ଷ୍ୟ ନେଇ ଏହି ସିନେମା ପ୍ରସ୍ତୁତ ହୋଇଥିବା କହିଛନ୍ତି ପ୍ରଯୋଜିକା ତଥା ନିର୍ଦ୍ଦେଶକ ବିନି ସାମଲ ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications