ଭୁବନେଶ୍ବରରେ ପହଞ୍ଚିଲା ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର; ଆଇଇଡି ବିସ୍ଫୋରଣରେ ସହିଦ ହୋଇଥିଲେ
ସହିଦ ହେଲେ ଓଡ଼ିଆ ଯବାନ । ଛତିଶଗଡ଼ରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗାଁର ପ୍ରକାଶ ଶିଅଳ ସହିଦ ହୋଇଛନ୍ତି ।
ଓଡ଼ିଆ ସହିଦ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ବରରେ ପହଞ୍ଚିଛି । ଯବାନ ପ୍ରକାଶ ଚନ୍ଦ୍ର ଶିଅଳଙ୍କ ପାର୍ଥିବ ଶରୀର ବିମାନରେ ଆସିଛି।
ନିର୍ବାଚନୀ ସୁରକ୍ଷା ଦାୟିତ୍ବରେ ଥିଲେ ପ୍ରକାଶ ଶିଅଳ । ଗତ ସୋମବାର କାଙ୍କେର ଜିଲ୍ଲାରେ ନକ୍ସଲଙ୍କ ଦ୍ବାରା ହୋଇଥିବା ଆଇଇଡି ବିସ୍ଫୋରଣରେ ସେ ଗୁରୁତର ହୋଇଥିଲେ । ତାଙ୍କୁ ହେଲିକପ୍ଟରରେ ଏୟାରଲିଫ୍ଟ କରାଯାଇ ରାଜଧାନୀ ରାୟପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସାଧାରଣ ନିର୍ବାଚନ ପାଇଁ ଗତ କିଛି ଦିନ ହେବ ମାଓବାଦୀଙ୍କ ହିଂସାକାଣ୍ଡ ପାଇଁ ଅଶାନ୍ତ ହୋଇପଡ଼ିଥିବା ସୁକମା ଜିଲ୍ଲାରେ ତାଙ୍କର ଡ୍ୟୁଟି ଥିଲା ।

ସୋମବାର ପୁଲିଂ ପାର୍ଟିକୁ ନେବା ବେଳେ କାଙ୍କେର ଜିଲ୍ଲା ଛୋଟେ ବେଠିଆ ଥାନା ଅନ୍ତର୍ଗତ ରେଙ୍ଗବାହି ଅଞ୍ଚଳରେ ଆଇଇଡି ବିସ୍ଫୋରଣ କରିଥିଲେ ନକ୍ସଲ । ଫଳରେ ପ୍ରକାଶଙ୍କ ସହ ୪ଜଣ BSF ଯବାନ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା।
ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରାଯାଇଥିଲା । ପ୍ରକାଶଙ୍କ ଦୁଇ ଗୋଡରେ ଅସ୍ତ୍ରୋପଚାର କରାଯାଉଥିବା ବେଳେ ତାଙ୍କ ଜୀବନ ଚାଲିଯାଇଥିଲା ।
ସେପଟେ ପ୍ରକାଶ ସହିଦ ହେବା ଖବର ପରିବାର ଲୋକେ ଜାଣିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଅଞ୍ଚଳ । ସହିଦଙ୍କର ପରିବାରରେ ତାଙ୍କର ବଡ଼ ଭାଇ, ଦୁଇ ପୁଅ ,ତାଙ୍କ ପତ୍ନୀ, ମା' ଅଛନ୍ତି । ମୋ ପୁଅ ମୋ ସହିତ ରବିବାର କଥା ହୋଇଥିଲା ବୋଲି ତାଙ୍କ ମା' କହିଛନ୍ତି । ମୋ ପୁଅ ମୋତେ ଛାଡ଼ି ପଳାଇଲା ବୋଲି କାନ୍ଦି କାନ୍ଦ ଗଡ଼ି ଯାଉଛନ୍ତି ସହିଦଙ୍କ ମା' ।












Click it and Unblock the Notifications