ଦକ୍ଷିଣ ଆଫ୍ରିକା ଜି-୨୦ ଯୁବ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଆ ପୁଅ ଓମ୍ ପ୍ରିୟଦର୍ଶୀ
ଓଡ଼ିଆ ପୁଅ ଓମ୍ ପ୍ରିୟଦର୍ଶୀ ଛୋଟରାୟ'ଙ୍କୁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଠାରେ ୧୮ - ୨୨ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବ ଜି-୨୦ ଯୁବ ସମ୍ମିଳନୀରେ ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ଭାବେ ମନୋନୀତ କରାଯାଇଛି।
ସେ ଭାରତ ସରକାରଙ୍କ ପ୍ରତିନିଧି ଭାବେ ବିଶ୍ୱର ପ୍ରମୁଖ୨୦ ଟି ଦେଶ ସମ୍ମୁଖରେ ଭାରତର ଅର୍ଥନୀତି, ପରିବେଶ ସୁରକ୍ଷା ଓ ଯୁବ ବ୍ୟାପାର ସମ୍ବନ୍ଧୀୟ ବିଭିନ୍ନ ନୀତିକୁ ନେଇ ବିଷୟ ରଖିବା ସହ ବୈଶ୍ବିକ ସମସ୍ୟାରେ ଭାରତର ଅଭିମତକୁ ନେଇ ଚର୍ଚ୍ଚା କରିବେ। ଓମ୍ ଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଦେଖା ହୋଇ ଭାରତର ସ୍ୱାର୍ଥ ନିହିତ ବିଷୟରେ ମଧ୍ୟ ଆଲୋଚନା କରିବାର ଅଛି।
ଓମ୍ କହିଛନ୍ତି, ୨୦୨୩'ରେ ଭାରତର ଜି-୨୦ ସଂଗଠନର ଅଧ୍ୟକ୍ଷତା ଏକ ସାର୍ବଜନୀନ ଏକତ୍ୱର ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରିଛି। ଏଥର ଅନ୍ତର୍ଜାତୀୟ ସ୍ତରରେ "ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ" ଆମ ଆଲୋଚନାର ମୂଳ ଆଧାର ରହିବ।

ପୂର୍ବରୁ ଜି-୨୦ ଯୁବଗୋଷ୍ଠୀର କୋଷାଧ୍ୟକ୍ଷ, ବ୍ରିକ୍ସ, ବିଶ୍ୱ ପରିବେଶ ସମ୍ମିଳନୀ, କମନୱେଲଥ୍ ଭଳି ଅନେକ ଅନ୍ତର୍ଜାତୀୟ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିଥିବା ଓମ୍ ସଂପ୍ରତି ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟରେ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି।
ଏନ.ଆଇ.ଟି ରାଉରକେଲାରୁ ସ୍ନାତକୋତ୍ତର ହାସଲ କରିଥିବା ଓମ୍ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶ୍ରେଷ୍ଠ ଯୁବ ଲେଖକ ଭାବେ ସମ୍ମାନୀତ ହୋଇ ସାରିଛନ୍ତି। ଭାରତ ସରକାର ତାଙ୍କ ଉପରେ ବିଶ୍ବାସ ରଖି ଏହି ପ୍ରମୁଖ ଦାୟିତ୍ୱ ଦେଇ ଥିବାରୁ ସେ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।












Click it and Unblock the Notifications