ସାଇବର ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ଅନୁ ଚୌଧୁରୀ: ଓ୍ୱେବ ଚ୍ୟାନେଲ୍ ବିରୋଧରେ ମାମଲା

ଭୁବନେଶ୍ୱର : ଦିନକୁ ଦିନ ବଢୁଛି ସାଇବର କ୍ରାଇମ୍ । ସାଇବର କ୍ରାଇମ୍ ସାରା ଦୁନିଆକୁ ଦୋହଲାଇ ଦେଲାଣି । ରାଜ୍ୟରେ ପ୍ରତିଦିନ ଏହି ଅପରାଧ ବଢ଼ିବାରେ ଲାଗିଛି । ସବୁଦିନ ଏହିଭଳି ଅପରାଧ ସାମ୍ନାକୁ ଆସୁଛି । ଏହାର ଶିକାର ହୋଇଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ । ତାଙ୍କୁ ନେଇ ମିଛ ଗୁଜବ ସୃଷ୍ଟି ହୋଇଥିବାରୁ ସେ ଏପରି କହିଛି ।

ଏକ ୱେବ ପୋର୍ଟାଲ ବିରୋଧରେ ମାମଲା ରୁଜୁ କରିବାକୁ ଅନୁ ଚୌଧୁରୀ
ଥାନାର ଦ୍ୱାରସ୍ଥ ହୋଇଥିଲା । ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅନୁଙ୍କୁ କ୍ୟାନ୍ସର ହୋଇଥିବା ନେଇ ଗୁଜବ ପ୍ରଚାର କରିଥିଲା ଓ୍ୱେବ ଚ୍ୟାନେଲ୍ ।

ଅନୁ ଚୌଧୁରୀ କହିଛନ୍ତି, ତୁରନ୍ତ ଏମିତି କାମ କରିଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେ ଆହୁରି କହିଛନ୍ତି ଏଭଳି ଗୁଜବରୁ ଆପଣମାନେ ଦୂରେଇ ରୁହନ୍ତୁ ।

anu_chowdray

ଅନୁ ଚୌଧୁରୀ କହିଛନ୍ତି, ମୁଁ ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ଅଛି । ସୁସ୍ଥ ଥିବା ବେଳେ କ୍ୟାନ୍ସର ବୋଲି କହିବା ନିହାତି ହୀନ ମାନସିକତା । ଏଭଳି କୁଶ୍ଚିତ ମାନସିକ ଲୋକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କଲେ ଅନୁ । ସେପଟେ ଏତଲା ପାଇବା ପରେ ତଦନ୍ତ ଆରମ୍ଭ କଲା ସାଇବର ଥାନା ।


ସୂଚନା ଅନୁସାରେ, ଏକ ୱେବ ପୋର୍ଟାଲରେ କୁହାଯାଇଥିଲା କି ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଛି । ତେବେ ଏ ନେଇ ସାଇବର ଥାନାର ଦ୍ୱାରସ୍ତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+