ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ
ଓଡ଼ିଆ ଫିଲ୍ମ ଜଗତର ଚର୍ଚ୍ଚିତ ଅଭିନେତା ମନୋଜ ମିଶ୍ର ବାସନ୍ଦ । ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ । ମନୋଜଙ୍କୁ କିଛି ପ୍ରଯୋଜକ ଅଭିନୟ ପାଇଁ ଦେବେନି ସୁଯୋଗ । ସମ୍ବଲପୁରରେ ରାମ ଚଳଚ୍ଚିତ୍ର ନ ଚଲେଇବା ପାଇଁ ମନୋଜ ଷଡଯନ୍ତ୍ର କରିଥିବା ଅଭିଯୋଗ।
ଜିତୁ-ମନୋଜ ବିବାଦ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ଅରିନ୍ଦମଙ୍କ ଫିଲ୍ମ ରାମରେ ଅଭିନୟ କରିଛନ୍ତି ଜିତୁ ମଙ୍ଗରାଜ। ଜିତୁଙ୍କ ସହିତ ମନୋଜଙ୍କ ବିବାଦ ରହିଛି । ଆଉ ସେଥିପାଇଁ ମନୋଜଙ୍କ କିଛି ସମର୍ଥକ ସମ୍ବଲପୁରରେ ସିନେମା ହଲ୍ ଆଗରେ ଜିତୁଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି ବୋଲି କୁହାଯାଉଛି ।
ଗତ ୨୦ ତାରିଖରେ ସାରା ଓଡିଶାରେ ରିଲିଜ ହୋଇଥିଲା ରାମ । ସମ୍ବଲପୁରରେ ଶୋ ବନ୍ଦ କରିଦେଲେ ମନୋଜଙ୍କ ସମର୍ଥକ। ଏନେଇ ଅରିନ୍ଦମଙ୍କୁ ଜଣାଇଥିଲେ ଡିଷ୍ଟ୍ରିବ୍ୟୁଟର। ପରେ ପ୍ରଡ୍ୟୁସର ସଂଘକୁ ଜଣାଇଥିଲେ ଅରିନ୍ଦମ୍ । ଅଭିଯୋଗ ନେଇ ଆଜି ବସିଥିଲା ଜରୁରୀ ବୈଠକ । ତଥ୍ୟ ପ୍ରମାଣ ମିଳିବାରୁ ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ସଂଘ । ସେପଟେ ଏ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ଅଭିନେତା ମନୋଜ ମିଶ୍ର।

ଦୁର୍ଗା ପୂଜାରେ ରିଲିଜ୍ ହୋଇଛି ଅରିନ୍ଦମ ରାୟ ଓ ଅନୁଭବ ମହାନ୍ତି ଅଭିନିତ ଫିଲ୍ମ 'ରାମ'। ସେହିପରି ବାବୁଶାନ୍ ମହାନ୍ତି ଓ ଅମ୍ଲାନ ଦାସଙ୍କ ଅଭିନିତ ଫିଲ୍ମ 'ମାଲ୍ୟଗିରୀ' ଏବଂ ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୀତ ଫିଲ୍ମ 'କଟକ... ଶେଷରୁ ଆରମ୍ଭ' ରିଲିଜ୍ ହୋଇଛି ।












Click it and Unblock the Notifications