ହାତରେ ମେହେନ୍ଦି ଆଉ ଦେହରେ ଲାଗିଲାଣି ହଳଦୀ; ସାତ ଜନମ ପାଇଁ ଜାଗୃତିଙ୍କ ହାତ ଧରିବେ ଅନୁଭବ
ହାତରେ ମେହେନ୍ଦି ଆଉ ଦେହରେ ଲାଗିଲାଣି ହଳଦୀ। ରୁଣ୍ଡ ହେଲେଣି ବନ୍ଧୁବାନ୍ଧବ। ପୁଣି ବାଜିବ ସାହାନାଇ। ଜାଗୃତିଙ୍କ ପାଇଁ ପୁଣି ବର ସାଜିବେ ବାଳୁଙ୍ଗା ଟୋକା। ଘୋଡା ଚଢ଼ିବେ ଅନୁଭବ ମହାନ୍ତି। ନିକଟରେ ସରିଥିଲା ନିବର୍ନ୍ଧ ଆଉ ଏବେ ସରିଲାଣି ମେହେନ୍ଦି, ମଙ୍ଗୁଳା ବି ଶେଷ ହୋଗଲାଣି। ଉଭୟଙ୍କ ଆଜି ପଡିବ ହାତଗଣ୍ଠି । ହାତକୁ ଦି ହାତ ହେବେ ଲଭ ବାର୍ଡ । ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ ।

ମାର୍ଚ୍ଚ ୮ ତାରିଖରେ ଦୁଇ ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ନିର୍ବନ୍ଧ ଶେଷ ହୋଇଛି । ୨୦୧୯ରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବନ୍ଧୁତା ଆଉ ୨୦୨୫ରେ ସାତ ଜନ୍ମର ସାଥୀ ସାଜିଲେ ଅନୁଭବ-ଜାଗୃତି । ବର୍ଷାଙ୍କ ସହ ବିବାହ ବିଚ୍ଛେଦ ପରେ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ ।
ପୂର୍ବରୁ ଜାଗୃତିଙ୍କୁ ନେଇ ଚର୍ଚ୍ଚା ଲାଗିରହିଥିଲା । ୨୦୧୪ ଫେବ୍ରୁଆରୀରେ ଅନୁଭବ ଓ ବର୍ଷାଙ୍କ ବାହାଘର ହୋଇଥିଲା । ପରେ ୨୦୨୩ ଡିସେମ୍ବର ୨୧ ତାରିଖରେ ବିବାହ ବିଚ୍ଛେଦ ହୋଇଥିଲା । ଏହାପୂର୍ବରୁ ଜାଗୃତିଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା । ବାରମ୍ବାର ଓଡ଼ିଶା ଆସୁଥିଲେ ଜାଗୃତି ଶୁକ୍ଳା । ନିକଟରେ ଅନୁଭବଙ୍କ ଉପରେ ଲେଖିଥିବା ଜୀବନୀ ମଧ୍ୟ ରିଲିଜ୍ ହୋଇଥିଲା ।












Click it and Unblock the Notifications