ଅତ୍ରୀ ମୁନିଙ୍କ ଆଶ୍ରମରେ ସ୍ଥାପିତ ଐତିହାସିକ ଓଡ଼ଗାଁ ଶ୍ରୀରାମ ମନ୍ଦିର

ନୟାଗଡ଼: ଓଡ଼ିଶାର ପସିଦ୍ଧ ରଘୁନାଥ ଜିଉ ମନ୍ଦିର ଅତ୍ରୀ ମୁନି ଙ୍କ ଆଶ୍ରମରେ ସ୍ଥାପିତ ଯାହା ପୁରୁଣାରେ ଲିପି ବଦ୍ଧ ହୋଇ ରହିଛି । ଏହି ମନ୍ଦିର ସମଗ୍ର ଓଡ଼ିିଶାରେ ବିଖ୍ୟାତ । ଏହି ମନ୍ଦିର ସୂର୍ଣ୍ଣ କଳସ କ୍ଷେତ୍ର ନାଁରେ ମଧ୍ୟ ପରିଚିତ । ରଘୁନାଥ ଜିଉ ମନ୍ଦିର ନୟାଗଡ଼ର ଓଡ଼ଗାଁରେ ଅବସ୍ଥିତ ଏବଂ ଏହା ନୟାଗଡ଼ ସହରଠାରୁ ୨୬ କିଲୋମିଟର ଏବଂ ସରନକୁଲ ଠାରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ ।

ଏଠାରେ ନିମ କାଠ ନିର୍ମିତ ପ୍ରଭୁ ରଘୁନାଥ ଜିଉ (ରାମ), ଲକ୍ଷ୍ମଣ, ମାତା ସୀତାଙ୍କୁ ପୂଜା କରାଯାଇଥାଏ । କିମ୍ବଦନ୍ତୀ ଅନୁଯାୟୀ, ଏହି ସ୍ଥାନରେ ଅତ୍ରୀ ମୁନି ଙ୍କ ଆଶ୍ରାମ ଏବଂ ଯଜ୍ଞ କୁଣ୍ଡ ଥିଲା । ନୟାଗଡର ଇତିହାସ ଅନୁଯାୟୀ, ନୟାଗଡ଼ର ୧୯ ତମ ରାଜା ମୃତଞ୍ଜୟ ସିଂ ୧୭୬୩ ମସିହାରେ ଏହି ମନ୍ଦିର ନିର୍ମାଣ କରିଥିଲେ । ଏହି ମନ୍ଦିର ବ୍ୟତୀତ ମା ଦୁର୍ଗା, ଶ୍ରୀ ନରସିଂହ, ନବଗ୍ରହ, ସୂର୍ଯ୍ୟ ମନ୍ଦିର, ଗଣେଶ ମଣ୍ଡପ, ନାରାୟଣ ମନ୍ଦିର ଇତ୍ୟାଦି ଏହି ମନ୍ଦିର ପରିସରରେ ଏହି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ ।

ପୁରାଣରେ ବର୍ଣ୍ଣିତ ତ୍ରେତୟା ଯୁଗରେ ଅତ୍ରୀ ମୁନି ଆଶ୍ରମ କରି ରହୁଥିଲେ । ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଚନ୍ଦ୍ର ବନବାସ ସମୟରେ ଏହି ଆଶ୍ରମ ଦେଇ ଯାଇଥିଲେ । ଏଠାରେ ପ୍ରଭୁ ରାମ ଚନ୍ଦ୍ର ଗୋଟିଏ ରାତି ରହଣି କରିବା ସହ ବ୍ରହ୍ମାସ୍ତ୍ର ମଧ୍ୟ ପ୍ରାପ୍ତ ହୋଇଥିଲେ । ମାତା ସୀତାଙ୍କୁ ଅମ୍ଳାନ ବସ୍ତ୍ର ପ୍ରଦାନ କରିଥିଲେ ଅତ୍ରୀମୁନି । ସମୟ କ୍ରମେ ଏହା ରଘୁନାଥ ଜୀୟୁ ମନ୍ଦିରେ ପରିଣତ ହୋଇଛି ।

odagaon shri ram mandir

ଗଞ୍ଜାମ ରାଜା ସ୍ୱପ୍ନାଦେଶ ପାଇଁ ସୁବର୍ଣ୍ଣ କଳସ ଚୂଡ଼ାରେ ସ୍ଥାପନ କରିଥିବାରୁ । ଏହାକୁ ସୂବଣ୍ଣ କଳସ କ୍ଷେତ୍ର ବୋଲି ମଧ୍ୟ କୁହାଯାଏ । ଅତ୍ରୀ ମୁନି ପୂଜା କରୁଥିବା ଶାଳ ଗ୍ରାମ ଆଜି ମଧ୍ୟ ପୂଜା ପାଉଛି । ବିଶ୍ୱାସ ରହିଛି ଶ୍ରୀ ରାମ ନବମୀ ଦିନ ଉପବାସ ରଖି ନାଭି ନାଡ଼ ସେବନ କଲେ ପୁତ୍ର ସନ୍ତାନ ଜନ୍ମ ହୋଇଥାଏ ।

ଏହି ମନ୍ଦିରକୁ ପ୍ରତିଦିନ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଭଗବାନ ରଘୁନାଥ ଜିଉଙ୍କୁ ପୂଜା କରିବାକୁ ଏଠାକୁ ଆସିଥାନ୍ତି । ରଘୁନାଥ ଜିଉ ମନ୍ଦିର ହେଉଛି ନୟାଗଡ଼ ଜିଲ୍ଲାର ଏକ ପର୍ଯ୍ୟଟନ ସ୍ଥଳୀ । ଏହା ପରିଦର୍ଶକମାନଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ । ଏହା ମଧ୍ୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ସାଧନା ପିଠ । ରଘୁନାଥ ଜିଉ ମନ୍ଦିର, ଓଡ଼ିଶାର ନୟାଗଡ଼ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ମନ୍ଦିର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+