For Quick Alerts
Turn On Notification  
For Daily Alerts
Oneindia App Download

ଆଇପିଏଲ 2021: କିଣା ହେବେ କି ଓଡିଶା କ୍ରିକେଟର ? ୬ ଖେଳାଳିଙ୍କ ନାଁ ସୁପାରିଶ କଲା ଓସିଏ

ଆଇପିଏଲ ନିଲାମୀରେ ସାମିଲ ପାଇଁ ୬ ଓଡ଼ିଆ ଖେଳାଳି ନାମ ସୁପାରିଶ କରିଛି ଓଡିଶା କ୍ରିକେଟ ଆସୋସିଏନ (ଓସିଏ) ।

|

ଭୁବନେଶ୍ବର: ଚଳିତ ବର୍ଷ ଆଇପିଏଲ ପାଇଁ ଆରମ୍ଭ ହେଲାଣି ସଜାବାଜ । ଫେବୃୟାରୀ 11ରେ ହେବାକୁ ଥିବା ଆଇପିଏଲ ଅକ୍ସନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେଲାଣି । ଇତିମଧ୍ୟରେ ଆଇପିଏଲ ନିଲାମୀରେ ସାମିଲ ପାଇଁ ୬ ଓଡ଼ିଆ ଖେଳାଳି ନାମ ସୁପାରିଶ କରିଛି ଓଡିଶା କ୍ରିକେଟ ଆସୋସିଏନ (ଓସିଏ) ।

IPL

ଏହି ୬ଜଣ ଖେଳାଳି ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ, ତାରିଣୀ ସା । ଏହି ୬ ଖେଳାଳିଙ୍କ ନାଁ ବିସିସିଆଇକୁ ସୁପାରିଶ କରିଛି ଓଡିଶା କ୍ରିକେଟ ଆସୋସିଏସନ। ଏନେଇ ଓସିଏ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଏହି ୬ ଜଣଙ୍କ ପ୍ରଦର୍ଶନ ବେଶ ଭଲ ରହିଛି। ଆସନ୍ତା ଆଇପିଏଲରେ କିଛି ଓଡ଼ିଆ ଖେଳାଳି ସ୍ଥାନ ପାଇବା ନେଇ ଆଶା କରାଯାଉଛି। ଏହି ଖେଳାଳିମାନେ ପ୍ରଥମେ ଆଇପିଏଲ ନିଲାମ ପୂର୍ବରୁ ହେଉଥିବା ଟ୍ରାଏଲରେ ଭାଗ ନେବେ ବୋଲି କୁହାଯାଉଛି । ଟ୍ରାଏଲରେ ଭଲ କଲେ ବିସିସିଆଇ ସେମାନଙ୍କ ନାଁ ନିଲାମ ତାଲିକାରେ ପ୍ରକାଶ କରିପାରେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
oca recommends 6 odisha players Name for IPL 2021
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X