ଆଇପିଏଲ 2021: କିଣା ହେବେ କି ଓଡିଶା କ୍ରିକେଟର ? ୬ ଖେଳାଳିଙ୍କ ନାଁ ସୁପାରିଶ କଲା ଓସିଏ
ଆଇପିଏଲ ନିଲାମୀରେ ସାମିଲ ପାଇଁ ୬ ଓଡ଼ିଆ ଖେଳାଳି ନାମ ସୁପାରିଶ କରିଛି ଓଡିଶା କ୍ରିକେଟ ଆସୋସିଏନ (ଓସିଏ) ।
ଭୁବନେଶ୍ବର: ଚଳିତ ବର୍ଷ ଆଇପିଏଲ ପାଇଁ ଆରମ୍ଭ ହେଲାଣି ସଜାବାଜ । ଫେବୃୟାରୀ 11ରେ ହେବାକୁ ଥିବା ଆଇପିଏଲ ଅକ୍ସନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେଲାଣି । ଇତିମଧ୍ୟରେ ଆଇପିଏଲ ନିଲାମୀରେ ସାମିଲ ପାଇଁ ୬ ଓଡ଼ିଆ ଖେଳାଳି ନାମ ସୁପାରିଶ କରିଛି ଓଡିଶା କ୍ରିକେଟ ଆସୋସିଏନ (ଓସିଏ) ।

ଏହି ୬ଜଣ ଖେଳାଳି ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ, ତାରିଣୀ ସା । ଏହି ୬ ଖେଳାଳିଙ୍କ ନାଁ ବିସିସିଆଇକୁ ସୁପାରିଶ କରିଛି ଓଡିଶା କ୍ରିକେଟ ଆସୋସିଏସନ। ଏନେଇ ଓସିଏ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଏହି ୬ ଜଣଙ୍କ ପ୍ରଦର୍ଶନ ବେଶ ଭଲ ରହିଛି। ଆସନ୍ତା ଆଇପିଏଲରେ କିଛି ଓଡ଼ିଆ ଖେଳାଳି ସ୍ଥାନ ପାଇବା ନେଇ ଆଶା କରାଯାଉଛି। ଏହି ଖେଳାଳିମାନେ ପ୍ରଥମେ ଆଇପିଏଲ ନିଲାମ ପୂର୍ବରୁ ହେଉଥିବା ଟ୍ରାଏଲରେ ଭାଗ ନେବେ ବୋଲି କୁହାଯାଉଛି । ଟ୍ରାଏଲରେ ଭଲ କଲେ ବିସିସିଆଇ ସେମାନଙ୍କ ନାଁ ନିଲାମ ତାଲିକାରେ ପ୍ରକାଶ କରିପାରେ ।
More From
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍












Click it and Unblock the Notifications