ଜାନୁଆରୀରୁ ଅନ୍ତଃ ଜିଲ୍ଲା ଜୁନିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଜାନୁଆରୀ ମାସରୁ ଅନ୍ତଃ ଜିଲ୍ଲା ଜୁନିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ବୋର୍ଡ ଯୋଜନା ବାନ୍ଧିଛି । ଏନେଇ ସୋମବାର ଓସିଏରେ ଏକ ଆପେକ୍ସ କାଉନ୍ସିଲ ବୈଠକ ବସିଥିଲା ।

କଟକ: ଓସିଏର ଭିଜନ 2024 । ଗୋଟିଏ ପରେ ଗୋଟିଏ ଘରୋଇ କ୍ରିକେଟ ଲିଗ ଆରମ୍ଭ କରୁଛି ରାଜ୍ୟ କ୍ରିକେଟ ବୋର୍ଡ । ଏବେ ବାରବାଟୀରେ ଓଡିଶା ପ୍ରିମିୟର ଲିଗ ଜାରି ରହିଥିବା ବେଳେ ନୂଆ ବର୍ଷରୁ ଜୁନିୟର କ୍ରିକେଟ ପ୍ରତି ବି ଧାନ୍ୟ ଦେଇଛି ବୋର୍ଡ । ଜାନୁଆରୀ ମାସରୁ ଅନ୍ତଃ ଜିଲ୍ଲା ଜୁନିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ବୋର୍ଡ ଯୋଜନା ବାନ୍ଧିଛି ।

 OCA Inter-District Junior Cricket Tournament Starts from January 2021

ଏନେଇ ସୋମବାର ଓସିଏରେ ଏକ ଆପେକ୍ସ କାଉନ୍ସିଲ ବୈଠକ ବସିଥିଲା । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଯେଉଁ ଖେଳାଳି ଭଲ ପଦର୍ଶନ କରିବ ସେମାନେ ସିନିୟର ଦଳରେ ସ୍ଥାନ ପାଇବ ବୋଲି ନିଷ୍ପତି ହୋଇଛି । ସେହିପରି 16 ବର୍ଷରୁ କମ ଓ 19 ବର୍ଷରୁ କମ ବୟସ ବର୍ଗ ଖେଳାଳିମାନେ ଟୁର୍ଣ୍ଣାମେଣ୍ଟ ରେ ଭଲ ପଦର୍ଶନ କଲେ ଏକାଡେମୀ କ୍ୟାମ୍ପ ପାଇଁ ଚୟନ ହେବେ ।

ଏହାପରେ ଏକ ମହିଳା ଟ୍ୟାଲେଣ୍ଟ ହଣ୍ଟ ପ୍ରତିଯୋଗିତା ସମସ୍ତ ଆଫିଲେଟେଡ଼ ଜିଲ୍ଲାରେ ଆୟୋଜନ ହେବ । ସେଥିରୁ ମଧ୍ୟ ଅନେକ ପ୍ରଭାବୀ ମହିଳା ଖେଳାଳି କ୍ୟାମ୍ପ ପାଇଁ ଚୟନ ହେବେ । ଯାହାଦ୍ୱାରା ଓଡିଶା ମହିଳା ଟିମ ମଧ୍ୟ ଆହୁରି ଶକ୍ତ ହେବ । ଏହାସହ ଅନ୍ତଃ ଜିଲା ସ୍କୁଲ କ୍ରିକେଟ ଆରମ୍ଭ କରିବ ଓସିଏ । ଯେଉଁ ଖେଳାଳି ଭଲ ପଦର୍ଶନ କରିବ ସେ ଓସିଏ ଏକଡେମୀରେ ସ୍ଥାନ ପାଇବେ । ତେବେ ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+