OAV Admission: ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ଆବେଦନ ତାରିଖ ବୃଦ୍ଧି
ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆବେଦନ ତାରିଖକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆସନ୍ତା ଶିକ୍ଷାବର୍ଷ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଏହି ବର୍ଦ୍ଧିତ ସମୟସୀମା ଲାଗୁ ହେବ।
ସୂଚନାଯୋଗ୍ୟ, ଏଥିପାଇଁ ଆବେଦନ କରିବାର ସମୟସୀମା ଆଜି ଶେଷ ତାରିଖ ଥିଲା । ଆସନ୍ତାବର୍ଷ ଜାନୁୟାରୀ ମାସରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୱେବ୍ସାଇଟ୍ରେ ପରୀକ୍ଷା ପ୍ରବେଶପତ୍ର ଉପଲବ୍ଧ ହେବ ବୋଲି ଜଣାପଡ଼ିଛି । ରାଜ୍ୟର ୩୧୩ଟି ବ୍ଲକରେ ୩୧୪ଟି ଆଦର୍ଶ ବିଦ୍ୟାଳୟ ସହିତ ରାଜ୍ୟ ଖଣି ନିଗମର ଖଣି ଅଞ୍ଚଳଗୁଡ଼ିକରେ ୫ଟି ମାଇନିଂ ଆଦର୍ଶ ବିଦ୍ୟାଳୟ ଚାଲିଛି।

ଏହିସବୁ ବିଦ୍ୟାଳୟଗୁଡ଼ିକରେ ୫୦ ପ୍ରତିଶତ ସ୍ଥାନ ଛାତ୍ରୀମାନଙ୍କ ପାଇଁ ସଂରକ୍ଷିତ ରହିଛି । ସବିଶେଷ ସୂଚନା ଜାଣିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୱେବସାଇଟ୍ www.oav.edu.in ରେ ସମସ୍ତ ତଥ୍ୟ ଉପଲବ୍ଧ ଅଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
+୨ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା CHSE। ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା। ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଚାଲିବ ପରୀକ୍ଷା।
କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା।
ଆସିଛି ମାଟ୍ରିକ୍ ପରୀକ୍ଷା କାର୍ଯ୍ୟସୂଚୀ । ଆସନ୍ତାବର୍ଷ ଫେବ୍ରୁଆରୀ ୨୧ ରୁ ମାର୍ଚ୍ଚ ୬ ଯାଏଁ ଚାଲିବ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ହେବ । ପ୍ରଥମ ଦିନ ପ୍ରଥମ ଭାଷା ଓଡ଼ିଆ ଓ ଶେଷଦିନ ତୃତୀୟ ଭାଷା ପରୀକ୍ଷା ଥିବା ବେଳେ, କେବଳ ଗଣିତକୁ ଛାଡ଼ି ବାକି ସବୁ ଏକ୍ଜାମ୍ ସକାଳ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟା ଯାଏଁ ଚାଲିବ । ଗଣିତ ପରୀକ୍ଷା ପାଇଁ ମିଳିବ ଅଧିକ ୧୫ ମିନିଟ୍ ସମୟ ।
ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବା ବେଳେ, ପ୍ରଥମ ଦିନ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ । ଏହାପରେ ଫେବୃଆରୀ ୨୪ରେ ଦ୍ୱିତୀୟ ଭାଷା ଇଂରାଜୀ, ୨୭ରେ ଗଣିତ, ମାର୍ଚ୍ଚ ୧ରେ ବିଜ୍ଞାନ, ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ ଏବଂ ଶେଷ ଦିନ ମାର୍ଚ୍ଚ ୬ରେ ତୃତୀୟ ଭାଷା ହିନ୍ଦୀ ବା ସଂସ୍କୃତ ଆଦି ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସବୁ ପରୀକ୍ଷା ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ । ତେବେ କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ମିଳିବ ଏବଂ ଏହା ୧୧ଟା ୪୫ରେ ସରିବ ।
ମାଟ୍ରିକ୍ ପରୀକ୍ଷା ଛାତ୍ରଛାତ୍ରୀଙ୍କ କ୍ୟାରିୟରର ଏକ ବଡ଼ ସୋପାନ ହୋଇଥିବା ବେଳେ, ଏଥିପାଇଁ ଗତ ୩ ତାରିଖରୁ ଆରମ୍ଭ ହୋଇଛି ଫର୍ମ ଫିଲପ୍ । ନଭେମ୍ବର ୧୮ରେ ଫର୍ମ ପୂରଣ ସରିବା ପରେ, ପରୀକ୍ଷାର୍ଥୀଙ୍କ ସଂଖ୍ୟା ସ୍ପଷ୍ଟ ହେବ । TLV ଓ ଭୋକେସନାଲ୍ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୫୦ ମାର୍କର ସବଜେକ୍ଟିଭ୍ ଓ ୫୦ ମାର୍କର ଅବଜେକ୍ଟିଭ୍ ପ୍ରଶ୍ନ ଆସିବ ।












Click it and Unblock the Notifications