ସମୂହ ଛୁଟି ଆନ୍ଦୋଳନକୁ ସ୍ଥଗିତ ରଖିଲା ଓଏଏସ୍ ସଂଘ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଏଏସ୍ ସଂଘ । ସାମୂହିକ ଛୁଟି ନିଷ୍ପତ୍ତି ସ୍ଥଗିତ । ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମରାଯିବା ଘଟଣାରେ ସାମୂହିକ ଛୁଟି ନିଷ୍ପତ୍ତିକୁ ସାମୟିକ ସ୍ଥଗିତ ରଖିଛି ସଂଘ । ଗତକାଲି ରାତିରେ OAS ସଂଘ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଅପରାଧୀ ଯେତେ ଶକ୍ତିଶାଳୀ ହୋଇହୁଅନ୍ତୁ ନା କାହିଁକି ଆଇନ ଅନୁଯାୟୀ କଠୋର ଦଣ୍ଡ ମିଳିବ । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ସାମୂହିକ ଛୁଟିରେ ଯିବା କିମ୍ବା ଏପରି କୌଣସି ପଦକ୍ଷେପ ନନେବାକୁ କହିଥିଲେ । ଏହାପରେ ଓଏଏସ ସଂଘ ସାମୂହିକ ଛୁଟି ନିଷ୍ପତ୍ତିରୁ ଓହରିଛି। ସେହିପରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ସହ ମଧ୍ୟ ଆଲୋଚନା କରିଥିଲେ OAS ସଂଘର କର୍ମକର୍ତ୍ତା । BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ପ୍ରତିବଦରେ ଛୁଟି ନିଷ୍ପତ୍ତି ନେଇଥିଲା ସଂଘ। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ସଂଘ ।












Click it and Unblock the Notifications