ଜଗା ପ୍ରଧାନ ଗିରଫ ପରେ ଆନ୍ଦୋଳନରୁ ଓହରିଲା OAS ସଂଘ
ବିଏମସି ଅରିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ କାର୍ଯ୍ୟବନ୍ଦ ରଖିଥିବା ଓଏଏସ(ଓଡ଼ିଶା ପ୍ରଶାସନିକ ସେବା) ସଂଘ ଗୁରୁବାର ଆନ୍ଦୋଳନରୁ ଓହରିଛି। ଗୁରୁବାର ରାତିରେ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କୁହାଯାଉଥିବା ଅଭିଯୁକ୍ତ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ପୁଲିସ ଗିରଫ କରିବା ପରେ ସଂଘ ଆନ୍ଦୋଳନରୁ ହଟିଥିବା ସୂଚନା ଦିଆଯାଇଛି।

ଓଏଏସ ସଂଘକୁ ଓଆରଏସ (ଓଡ଼ିଶା ରାଜସ୍ଵ ସେବା) ସଂଘ ପକ୍ଷରୁ ମଧ୍ୟ ସମର୍ଥନ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା। ରାଜ୍ୟର ବିଭିନ୍ନ ଜିଲାରେ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟରେ ଯୋଗ ନ ଦେବା ଫଳରେ ସରକାରୀ ତଥା ଜନସାଧାରଣଙ୍କ କାର୍ଯ୍ୟ ବହୁମାତ୍ରାରେ ବାଧାପ୍ରାପ୍ତ ହୋଇଥିଲା। ଜଗାଙ୍କୁ ଗିରଫ କରିବାକୁ ସଂଘ ଦାବି ରଖି ଆନ୍ଦୋଳନ ଚଳାଇଥିଲା। ଜଗା ଗିରଫ ହେବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛି ସଂଘ।












Click it and Unblock the Notifications