ବିଜେଡି ପ୍ରରୋଚନାରେ OAS ସଂଘର ଆନ୍ଦୋଳନ, କହିଲେ ସରକାରଙ୍କ ମୁଣ୍ଡ ତଳକୁ ପାଇଁ ଉଦ୍ୟମ ; ପ୍ରଦୀପ ପୁରୋହିତ

ବିଜେଡି ପ୍ରରୋଚନାରେ OAS ସଂଘର ଆନ୍ଦୋଳନ କହିଲେ ପ୍ରଦୀପ ପୁରୋହିତ । ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ, ସରକାରଙ୍କ ମୁଣ୍ଡ ତଳକୁ ପାଇଁ ଉଦ୍ୟମ' କରାଯାଉଛି । ବିଜେପିର ଜଣେ ବରିଷ୍ଠ ନେତାଙ୍କୁ ଗିରଫ ପାଇଁ ଏହି ଆନ୍ଦୋଳନ ।
ଜଣେ ନେତାଙ୍କୁ ଗିରଫ କରାଇ ବିଜେପିର ମୁଣ୍ଡ ତଳକୁ କରିବାକୁ ଚାହୁଁଛନ୍ତି' । ମୁଁ ଏହାକୁ ନିନ୍ଦା କରୁଛି, ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନିଅନ୍ତୁ' ବୋଲି କହିଛନ୍ତି ସାଂସଦ ।

Pradeep Purohit

ଅନ୍ୟପଟେ ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଓଏଏସ ସଂଘ କଲମ ଛାଡ କରିଥିବାବେଳେ ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସଂଘକୁ ବୁଝାଇବାକୁ ପ୍ରୟାସ କରିଛନ୍ତି। ମନ୍ତ୍ରୀ କହିଛନ୍ତି ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପ୍ଲାନ ୧,୨,୩ ଥାଏ।

ଅତିରିକ୍ତ ତହସିଲଦାରଙ୍କୁ ମାଫିଆ ମାଡ଼ କଲା ବେଳେ କିଏ ଆସିଥିଲେ କି? କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ ମୁଁ ନିଜେ ରାଜସ୍ବ ମନ୍ତ୍ରୀ ଭାବେ ସାମ୍ନାକୁ ଆସିଥିଲି। ଆମ ଉପରେ ଅଧିକାରୀ ଭରସା ରଖନ୍ତୁ। ଯେଉଁ ଅଫିସରମାନେ ଧର୍ମଘଟ ଅଛନ୍ତି ତାଙ୍କ କଷ୍ଟ ଆଉ ଭାବନା ସହ ସରକାର ଅଛନ୍ତି। ସେମାନଙ୍କୁ ନେଇ କି ସରକାର ଚାଲେ। ଘଟଣାରେ ୫ ଜଣ ଗିରଫ ହୋଇଛି ସାରିଲେଣି। ଦଳରୁ ବି ନିଲମ୍ବନ ହୋଇଛନ୍ତି।

ବିନା ପ୍ରମାଣରେ ଯଦି ପ୍ରଚ୍ଛଦ ପଟରେ କିଏ ତାକୁ ଗିରଫ କରାଯିବ ତାହେଲେ କୋର୍ଟରେ ଗ୍ରହଣ ଯୋଗ୍ୟ ହେବ ନାହିଁ। ଯେଉଁ ମାନଙ୍କର ଭିଡିଓ ଫୁଟେଜ ଅଛି ସେମାନେ ଗିରଫ ହୋଇଛନ୍ତି।

ପ୍ରଚ୍ଛଦପଟରେ କିଏ ଅଛନ୍ତି ଖୋଜିବାକୁ ସମୟ ଲାଗିବ। କେହି ବର୍ତ୍ତିବେ ନାହିଁ ଆଇନ ତା ବାଟରେ ଯିବ। ରାଜ୍ୟରେ ବନ୍ୟା ପରିସ୍ଥିତି ରଥଯାତ୍ରା ଅନୁଷ୍ଠିତ ହେଉଛି। ତେଣୁ ଆନ୍ଦୋଳନ ସ୍ଥଗିତ ରଖି ପରବର୍ତ୍ତୀ ସମୟରେ ମଧ୍ୟ କରିପାରିବେ। ଧର୍ମଘଟକୁ ନେଇକି ବି ସୁପ୍ରିମକୋର୍ଟର ନିର୍ଦ୍ଦେଶ ରହିଛି ବୋଲି କହି ରାଜସ୍ବ ମନ୍ତ୍ରୀ ସଂଘକୁ ବୁଝାଇବାକୁ ପ୍ରୟାସ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+