ସମସ୍ତ କାର୍ଯ୍ୟାଳୟରେ ଯୋଗଦେଲେ ଓଏଏସ ଅଧିକାରୀ
ସମସ୍ତ କାର୍ଯ୍ୟାଳୟରେ ଯୋଗଦେଲେ ଓଏଏସ ଅଧିକାରୀ । ବିଏମ୍ ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣକୁ ବିରୋଧ କରି ସମୂହ ଛୁଟିରେ ଯାଇଥିଲେ ଓଏଏସ । ତେବେ ଗତକାଲି ନିଷ୍ପତ୍ତି ପରିବର୍ତ୍ତନ ପରେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ବାଲେଶ୍ଵରର ସମସ୍ତ ଓଏଏସ । ଯାହା ଫଳରେ ସ୍ବାଭାବିକ ହୋଇଛି କାର୍ଯ୍ୟ ।
ସୂଚନା ଅନୁସାରେ ସୋମବାର ବିଏମସି ଅଫିସ୍ ଭିତରେ ଜନଶୁଣାଣି ଚାଲିଥିବା ବେଳେ ୬ରୁ ୭ ଜଣ ଯୁବକ ଅତି ଅମାନୁଷିକ ଭାବେ ଅତିରିକ୍ତ କମିଶନରଙ୍କୁ ପିଟିଥିଲେ। ତାଙ୍କୁ ତଳେ ପକାଇ ଘୋଷାଡ଼ି ଘୋଷାଡ଼ି ନେବା ସହ ବିଧା ଗୋଇଠା ମାରିବାକୁ ପଛାଇନଥିଲେ । ଏହି ଘଟଣା ପରେ ଥାନାରେ ଏତଲା ଦେଇଥିଲେ ଆକ୍ରମଣର ଶିକାର ହୋଇଥିବା ଅତିରିକ୍ତ କମିଶନର ରତ୍ନାକର ସାହୁ। ଏହାପରେ ତେଜିଥିଲା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଦାବି । ଏନେଇ ଓଏଏସ ସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଡାକରା ଦେଇଥିବା ବେଳେ ଠପ୍ ହୋଇଥିଲା ଅଫିସ୍ କାର୍ଯ୍ୟ ।

ଯାହାପରେ ଗତକାଲି ବିଏମସି କାର୍ଯ୍ୟାଳୟର ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ନିଜେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଆତ୍ମସମର୍ପଣ କରିବାରୁ ତାଙ୍କ କମିଶନରେଟ ପୋଲିସ୍ ଗିରଫ କରିଛି । ତାଙ୍କ ନାଁରେ ୧୨୧(୨) ଧାରା ଭଳି ସଙ୍ଗୀନ ଧାରା ଲଗାଇ ତାଙ୍କୁ ଗିରଫ କରିଛି ପୋଲିସ୍ ।












Click it and Unblock the Notifications