OAS ଅଫିସରଙ୍କୁ ବଡ଼ା ଚେତାବନୀ: କାର୍ଯ୍ୟରେ ଯୋଗ ନ ଦେଲେ ନିଲମ୍ବନ

OAS ଅଫିସରଙ୍କୁ ସରକାରଙ୍କ ବଡ଼ା ଚେତାବନୀ । ବଦଳି ହୋଇ ନୂଆ ସ୍ଥାନରେ ଯୋଗ ଦେଉ ନ ଥିବା ଓଏଏସ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ କଡା ଚେତାଲ୍ନୀ ଦେଇଛନ୍ତି । ୧୦ ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦିଅ, ନଚେତ ୧୧ ତାରିଖରୁ ନିଲମ୍ବନ କରିବେ ସରକାର । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ନଭେମ୍ବର ୨୬ରେ କିଛି ଓଏଏସ ଅଫିସରମାନଙ୍କର ବଡ଼ ଧରଣର ବଦଳି କରାଯାଇଥିଲା। ବଦଳି ପରେ ତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ବଦଳି ସତ୍ତ୍ୱେ ଅନେକ ଓଏଏସ ଅଫିସର ନିଜର ପୂର୍ବ ସ୍ଥାନରେ କାର୍ଯ୍ୟ କରି ଆସୁଛନ୍ତି । ସେମାନେ ନୂଆ ସ୍ଥାନରେ ଯୋଗ ଦେଉ ନାହାନ୍ତି । ଯେଉଁମାନେ ନୂଆ ସ୍ଥାନରେ ଯୋଗ ଦେଉ ନାହାନ୍ତି ସେମାନଙ୍କ ଦରମା ବନ୍ଦ କରିବାକୁ ଗତ ୩ ତାରିଖରେ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଏହାପରେ ମଧ୍ୟ ବଦଳି ହୋଇଥିବା ଓଏଏସ ଅଫିସରମାନେ ନ ଶୁଣିବାରୁ ୧୦ ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ।

OAS officer warned

୧୦ ସୁଦ୍ଧା ଯେଉଁମାନେ ଯୋଗ ନ ଦେବେ ୧୧ ତାରିଖରୁ ସେମାନଙ୍କୁ ନିଲମ୍ବନ କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ଯେଉଁ ଓଏଏସ ଅଫିସରମାନେ ଭୁବନେଶ୍ୱରରେ ବିଭାଗୀୟ ଟ୍ରେନିଂରେ ଅଛନ୍ତି ସେମାନେ ଟ୍ରେନିଂ ସରିବା ମାତ୍ରେ ତୁରନ୍ତ ନୂଆ ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+